ଭାରତ ବନ୍ଦ କୁ ସଫଳ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତି ବୈଠକ...

କଳାହାଣ୍ଡି:ଲୋକ ଆବାଜ.ଇନ(ବ୍ୟୁରୋ)
୨୧ ଅଗଷ୍ଟ ଭାରତବନ୍ଦକୁ ସଫଳ କରିବାପାଇଁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ST/SC ଅଧିକାର ସୁରକ୍ଷା ମହାସଂଘ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ସୁରେନ୍ଦ୍ର ଭୋଇ ଅଧ୍ୟକ୍ଷତାକରିଥିଲେ। ଅଗଷ୍ଟ ୨୧ ତାରିଖ ଦିନ ସକାଳ ଘ ୬.ରୁ ସଂଧ୍ୟା ଘ.୬.ପର୍ଯ୍ୟନ୍ତ ବନ୍ଦ କରିବାପାଇଁ ସ୍ଥିର କରାଯାଇ ,ଗଜବାହାଲ ଛକ, ଅବୁଜବାହାଲ ଚେକ ଗେଟ, ପୁଟିଗାଁ ଛକ,ଯୋରା ଡୋବରା ଛକରେ ରାସ୍ତା ଅବରୋଧ ସମେତ କର୍ଲାମୁଣ୍ଡା ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମପଞ୍ଚାୟତରେ ଥିବା ଦୋକାନବଜାର ତଥା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟକୁ ବନ୍ଦକରିବାପାଇଁ ନିଷ୍ପତି ନିଆଯାଇଥିଲା ! ଏହି ଅବସରରେ ST/SC ଅଧିକାର ସୁରକ୍ଷା ମହାସଂଘ କର୍ଲାମୁଣ୍ଡା ବ୍ଲକ ନାମରେ ଏକ କମିଟୀ ଗଠନ କରାଯାଇଥିଲା।ଯହିଁରେ ଶ୍ରୀ ସୁରେନ୍ଦ୍ର ଭୋଇ ସଭାପତି, ଶ୍ରୀଦଇତରାମ ସୁନା ଓ ରାଷ୍ଟ୍ର ସେନାପତି ଉପ-ସଭାପତି, ଶ୍ରୀବରୁଣ କୁମାର ଛତ୍ରିଆ ସାଧାରଣ ସଂପାଦକ, ଶୀମଧୁସୂଦନ ଧରୁଆ ଓ ଶ୍ରୀ ଆନନ୍ଦ ନାଗ ସହ ସଂପାଦକ, ଶ୍ରୀ ଗୋବିନ୍ଦ ଭୋଇ କୋଷାଧ୍ୟକ୍ଷ, ଓ ଶ୍ରୀ ମଧୁସୂଦନ ବାଗଙ୍କୁ ସଂଯୋଜକ ଦ୍ଭାବେ ମନୋନିତ କରାଯାଇଥିଲା ! ସୁଶାନ୍ତ ମଲ୍ଲିକ, ମହେନ୍ଦ୍ର ପ୍ରଧାନୀ, ସତ୍ୟନାରାୟଣ କୁମାର ଓ ଟୁନୁ ନନ୍ଦ ଙ୍କୁ ମିଡିଆ ସେଲ ଦାୟିତ୍ଵ ଦିଆଗଲା !
ସଚ୍ଚିଦାନନ୍ଦ ନାଏକ, ପ୍ରମୋଦ ସୁନା,ସୁମନ୍ତ୍ ମାଝୀ, ଜଗନ୍ନାଥ ଭୋଇ, ମନ୍ଦିର ସୁନା,ନନ୍ଦିକିଶୋର ଭୋଇ, ଟିକ ବାଗ,ରାଧେଶ୍ୟାମ ବାଗ,ସୁବାଷ ଭୋଇ, ତ୍ରିନାଥ ସୁନା,ହରିଶ ଚନ୍ଦ୍ର ଭୋଇ, ସଂପତି ଭୋଇ, ଶାନ୍ତନୁ କୁମାର, ସିମାଞ୍ଚଳ ମାଝି, ପୂର୍ଣ୍ଣ ମାଝି, ଚୈତନ୍ୟ ଭୋଇ, କିଶୋର ନାଗ, ସୁବାଷ ମାଝୀ, ସ୍ୱୟମ୍ବର ମିର୍ଦ୍ଧା, ଓ ଦେବେନ୍ଦ୍ର କୁମାର କାର୍ଯ୍ୟକାରୀ ସଦସ୍ୟଭାବେ ମନୋନୀତ ହୋଇଥିଲେ ! ଶ୍ରୀ ବରୁଣ କୁମାର ସୁନା,ଶ୍ରୀ ପରଧିଆ ଧରୁଆ, ଓ ଶ୍ରୀ ସହଦେବ ଧରୁଆ ଉପଦ୍ଦେଷ୍ଠାଦ୍ଭାବେ ମନୋନୀତ ହୋଇଥିଲେ ! ସଦ୍ଭାକାର୍ଯ୍ୟକୁ ମଧୁସୂଦନ ବାଗ ସଂଯୋଜନା କରିଥିଲେ ଓ ଗୋବିନ୍ଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ! ବିଶ୍ୱାମିତ୍ର ନାଗ, ବବୃ ବାହନ ଭୋଇ, ନରେନ୍ଦ୍ର ଶବର,ହରେଶ ବାଗ ସମେତ ଅନ୍ୟାନ୍ୟ ଗଣ୍ଯମାନ୍ୟ ବ୍ୟକ୍ତିବିଶେଷ ଉପସ୍�
What's Your Reaction?






