ଭିଜିଲାନ୍ସ ଜାଲରେ ପୋଲିସ ଏ ଏସ ଆଇ

Police ASI trapped by Vigilance

Aug 28, 2024 - 13:27
 0  16
ଭିଜିଲାନ୍ସ ଜାଲରେ ପୋଲିସ ଏ ଏସ ଆଇ

ବାଲିଗୁଡ଼ା: ଲୋକ୍ ଆବାଜ.ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
: ଭିଜିଲାନ୍ସ ପଞ୍ଝାରେ ପୋଲିସ୍ ବାବୁ । କୋଟଗଡ଼ ଥାନା ASI ରଜନୀକାନ୍ତ ଦାସଙ୍କୁ ଲାଞ୍ଚ ନେବା ବେଳେ ଗିରଫ କରିଛି ଭିଜିଲାନ୍ସ। ଜଣେ ବ୍ୟକ୍ତିଙ୍କ ନିକଟରୁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ ।

ମିଳିଥିବା ସୂଚନା ଅନୁସାରେ କୋଟଗଡ଼ ଥାନା ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଏକ ଗଣ୍ଡଗୋଳ ହୋଇ ମାମଲା ପଞ୍ଜିକୃତ ହୋଇଥିଲ। ଯେଉଁକେସ୍‌ରେ ଏଏସଆଇ ରଜନୀକାନ୍ତ ଦାସ ତଦନ୍ତ ଅଧିକାରୀ ଥିଲେ। ତେବେ ଏହି ମାମଲାକୁ ରଫାଦଫା କରିବା କୋଟଗଡ଼ ଥାନା ଏ ଏସ ଆଇ ରଜନୀକାନ୍ତ ଦାସ ଲାଞ୍ଚ ମାଗିଥିଲେ। ଏନେଇ ଅଭିଯୋଗକାରୀ ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଆଜି ଏ ଏସ ଆଇ ରଜନୀକାନ୍ତ ଦାସ ତାଙ୍କ କହିବା ମୁତାବକ ଲାଞ୍ଚ ଟଙ୍କା ନେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ମଧ୍ୟ ଜବତ କରାଯାଇଛି।

What's Your Reaction?

like

dislike

love

funny

angry

sad

wow