ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଦୁଇଦିନିଆ ତାଲିମ କର୍ମଶାଳା

Apr 22, 2025 - 22:34
 0  12
ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଦୁଇଦିନିଆ ତାଲିମ କର୍ମଶାଳା

ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଦୁଇ ଦିନିଆ ତାଲିମ କର୍ମଶାଳା

ସୋନପୁର: ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)

ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ର ସମସ୍ତ ବ୍ଳକ୍ ର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପ୍ରକଳ୍ପ ପରିଦର୍ଶକ ମାନଙ୍କୁ ନେଇ ଅଦ୍ଵିକା ଯୋଜନା ସମ୍ବନ୍ଧ ରେ ଦୁଇ ଦିନିଆ ତାଲିମ କର୍ମଶାଳା ଉଦଘାଟନ ହୋଇଯାଇଛି l ସୋନପୁର ବ୍ଲକ ମିଶନ ଶକ୍ତି ଭବନ ଠାରେ ଅନୁଷ୍ଠିତ ଏହି ତାଲିମ କର୍ମଶାଳା କୁ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପଧାନ ଶୁଭ ଉଦ୍ଘାଟନ କରିଥିଲେ ଓ କିଶୋରୀ ମାନଙ୍କ ସଶକ୍ତି କରଣ ଓ ସାମଗ୍ରିକ ବିକାଶ ଏହି ଯୋଜନା ର ମୂଳ ଲକ୍ଷ୍ୟ ବୋଲି ମତ ରଖି ଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁପମା ପଣ୍ଡା ରକ୍ତ ହୀନତା , ବାଲ୍ୟ ବିବାହ କୁ ଦୂର କରିବା ଓ ଆର୍ଥିକ ସାକ୍ଷରତା ଦିଗରେ କିଶୋରୀ ଙ୍କୁ ସଚେତନ କରିବା ସହିତ ଏହି ଯୋଜନା ଓ କର୍ମଶାଳା କୁ ସଫଳ କରିବାକୁ ସମସ୍ତ ପ୍ରଶିକ୍ଷକ , ସି ଡି ପି ଓ ଏବଂ ସୂପଭାଇଜର ମାନଙ୍କ ଗୁରୁ ଦାୟିତ୍ବ ରହିଛି ବୋଲି ପରାମର୍ଶ କରିଥିଲେ l ଏହି ତାଲିମ ଶିବିର ସଭା କାର୍ଯ୍ଯ କ୍ରମ କୁ ଜିଲ୍ଲା ସୁରକ୍ଷା ଅଧିକାରୀ ବାସନ୍ତୀ ଭୋଇ ସଂଯୋଜନା କରି ଧନ୍ୟବାଦ୍ ଅର୍ପଣ କରିଥିଲେ l ଜିଲ୍ଲା ର

ର ସମସ୍ତ ବ୍ଲକ ର ସି ଡି ପି ଓ ଏବଂ ସୁପର ଭାଇଜର ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l

What's Your Reaction?

like

dislike

love

funny

angry

sad

wow