ମଦ କାରବାରରେ ଜଣେ ଗିରଫ

Nov 8, 2024 - 22:04
 0  13
ମଦ କାରବାରରେ ଜଣେ ଗିରଫ

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ମଦ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣାପଡ଼ିଛି ।ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକଙ୍କ ନେତୃତ୍ୱରେ ଏକ ଟିମ୍ କଣ୍ଟାମାଳ ଥାନା ଅନ୍ତର୍ଗତ ଖଲିଆପାଲି ଗ୍ରାମ୍ୟ ରାସ୍ତା ନିକଟରେ ଚଢାଉ କରି ବିପୁଳ ଦେଶୀ ମଦ ଜବତ କରିଥିବା ବେଳେ ଘଟଣାରେ ଖଲିଆପାଲି ଗ୍ରାମର ନିରୋଦ ବଗର୍ତ୍ତି(୨୬)କୁ ଗିରଫ କରାଯାଇଛି ।ତା ନିକଟରୁ ୨୫ଲିଟର ଦେଶୀ ମଦ ଜବତ କରାଯାଇଛି ।ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ କାର୍ଯ୍ୟାଳୟରେ ୭୭/୨୪-୨୫ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତ ନୀରୋଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ ସୂଚନା ଦେଇଛନ୍ତି 

What's Your Reaction?

like

dislike

love

funny

angry

sad

wow