ମନମୁଣ୍ଡାରେ ଜିଲ୍ଲା କୋଶଲ ସେନାର ସାଧାରଣ ବୈଠକ।

Oct 6, 2024 - 18:35
 0  16
ମନମୁଣ୍ଡାରେ ଜିଲ୍ଲା କୋଶଲ ସେନାର ସାଧାରଣ ବୈଠକ।

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ମନମୁଣ୍ଡାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ବୌଦ୍ଧ ଜିଲ୍ଲା କୋଶଲ ସେନା ପକ୍ଷରୁ ସୁବେଦାର ଲଲିତ ସାହୁଙ୍କ ସଭାପତିତ୍ଵରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା।

ସଭାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ଓ ସ୍ଵତନ୍ତ୍ର କୋଶଲରାଜ୍ୟ ପାଇଁ ସମସ୍ତେ ଏକତ୍ରିତ ହୋଇ ଓଡ଼ିଶା ସରକାର ପାଖରେ ଜୋର ଜାର ଲଢେଇ ଜାରି ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେଥିପାଇଁ ଜିଲ୍ଲା ସ୍ତରୀୟ ଏକ କମିଟି ଗଠନ କରିବାପାଇଁ ଆଲୋଚନା ହୋଇଥିଲା। ପ୍ରସ୍ତାବ ଅନୁସାରେ ସର୍ବସମ୍ମତ୍ତି କ୍ରମେ ସଭାପତି ଭାବେ ସୁବେଦାର ଲଲିତ କୁମାର ସାହୁଙ୍କୁ ସଭାପତି, ଉପସଭାପତି ତରଣୀ ସେନ ମେହେର, ପ୍ରଶାନ୍ତ କର୍ଣ୍ଣ ଓ ରମାକାନ୍ତ ବଘାର, ସଂପାଦକ ଅନନ୍ତ କୁମାର ମିଶ୍ର, ଯୁଗ୍ମ ସଂପାଦକ ଆଶିଷ କୁମାର ନାୟକ, କୋଷାଧ୍ୟକ୍ଷ ସୁବ୍ରତ କୁମାର ଭୋଇ, ପରିଚାଳନାର ସକ୍ରିୟ ସଭ୍ୟ ଭାବେ ନିରଞ୍ଜନ କର୍ଣ୍ଣ,ମହେନ୍ଦ୍ର ମହାକୁଡ଼, ସୁମନ୍ତ ଥାର୍ଟି, ଆକାଶ ମେହେର, ହିମାଂଶୁ ଜାଲ, ଦୁର୍ଯ୍ୟୋଧନ ବନଛୋରଙ୍କୁ ମନୋନୀତ କରାଯାଇଛି। ପରେ ନୂତନ କମିଟୀର ସମସ୍ତ ସଦସ୍ୟଙ୍କୁ ସେନା ପକ୍ଷରୁ ସ୍ୱାଗତ କରାଯାଇଥିଲା।ପରେ ନୂତନ ସଭାପତି ଶ୍ରୀ ସାହୁ ଆଗାମୀ ଦିନରେ ଖୁବଶିଘ୍ର ତିନି ବ୍ଳକରେ ବ୍ଳକ ସ୍ତରୀୟ କମିଟି ଗଠନ କରି ବୌଦ୍ଧ ଜିଲ୍ଲା ର ସମସ୍ତ ସମସ୍ୟା ଉପରେ ଧ୍ୟାନ ଦିଆଯିବା ନେଇ ପ୍ରକାଶ କରିଥିଲେ। ଶେଷରେ ଅନନ୍ତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

What's Your Reaction?

like

dislike

love

funny

angry

sad

wow