ଗିରିଗୋବର୍ଦ୍ଧନ ପୂଜା ପାଇଁ ପ୍ରସ୍ତୁତି ବୈଠକ

କଣ୍ଟାମାଳ:ଲୋକ ଆବାଜ. ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
କଣ୍ଟାମାଳ ସ୍ଥିତ ଗିରିଗୋବର୍ଦ୍ଧନ ମନ୍ଦିରରେ ଆଗାମୀ ଗିରିଗୋବର୍ଦ୍ଧନ ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକରେ କଣ୍ଟାମାଳ ବ୍ଲକ ସଭାପତି ବାବୁଲାଲ ମଟାଲି , ବ୍ଲକ ସହସଂପାଦକ କୁମୁଦ ବନଛୋର , କଣ୍ଟାମାଳ କେନ୍ଦ୍ର ସଭାପତି ଶେଷଦେବ ବଗର୍ତ୍ତି, ସମ୍ପାଦକ ମହେଶ୍ୱର ଶାଣ୍ଢ , ବିରଞ୍ଚି ରାଉତ, ଭକ୍ତ ମନହିରା , ବସନ୍ତ କାଲସେ , କଷ୍ଟ ମାହାରଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ | ଗିରି ଗୋବର୍ଦ୍ଧନ ପୂଜାକୁ ଆକର୍ଷଣୀୟ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା | ଶେଷରେ ବାବୁଲାଲ ମଟାଲି ଧନ୍ୟବାଦ୍ ଅର୍ପଣ କରିଥିଲେ |
What's Your Reaction?






