ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପୁର୍ବ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଏକତ୍ରୀକରଣ କାର୍ଯ୍ୟକ୍ରମ

Oct 17, 2024 - 07:07
 0  15
ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପୁର୍ବ ଛାତ୍ରଛାତ୍ରୀ ଓ ଆଚାର୍ଯ୍ୟ ଏକତ୍ରୀକରଣ କାର୍ଯ୍ୟକ୍ରମ

କଣ୍ଟାମାଳ: ଲୋକ ଆଵାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ଖୁଣ୍ଟିଗୋରା ପଞ୍ଚାୟତର ମସିଣାଗୋରା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଭାପତି ଦିଗାମ୍ବର ସାହୁ ଙ୍କ ଅଧ୍ୟକ୍ଷତା ରେ ପୂର୍ବ ଛାତ୍ର ଛାତ୍ରୀ ଓ ଆଚାର୍ଯ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷା ବିକାଶ ସମିତି ଓଡିଶାର ବୌଦ୍ଧ ଜିଲ୍ଲା ପ୍ରମୁଖ କlର୍ତ୍ତିକେଶ୍ଵର ବେହେରା ଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ କଣ୍ଟାମାଳ ସଙ୍କୁଳ ପ୍ରମୁଖ ତଥା ଅବସରପ୍ରାପ୍ତ ଅଧ୍ୟାପକ ସନ୍ତୋଷ କୁମାର ବିଶି ଉପସ୍ଥିତ ରହି ସ୍ବାବଲମ୍ବୀ ଭାରତ ଗଠନ ରେ ପୂର୍ବଛାତ୍ରଛାତ୍ରୀଙ୍କ ଭୂମିକା ବିଷୟରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥିଭାବେ କଣ୍ଟାମାଳ ସଙ୍କୁଳ ସଂଯୋଜକ ଭଗବାନ ମନହିରା , ବିଦ୍ୟୁତ୍ ପରିଷଦ ସଭାପତି ଦୁର୍ଗାଚରଣ ଚାଉଳିଆ , ବିଦ୍ୟୁତ ପରିଷଦ ସମ୍ପାଦକ ଛବିଚନ୍ଦ୍ର ଗୁରୁ , ସଦସ୍ୟା ଲକି ସାହୁ ଉପସ୍ଥିତ ରହିଥିଲେ ।ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ କରିଥିବା ବେଳେ ବୌଦ୍ଧିକ ପ୍ରମୁଖ ସନ୍ଧ୍ୟାରାଣୀ ମନହିରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ପୂର୍ବଛାତ୍ର ପରିଷଦ ଗଠନ କରାଯାଇଥିଲା ଓ ଶିଶୁ ଭଉଣୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ୭୦ ଜଣ ପୂର୍ବ ଛାତ୍ରଛାତ୍ରୀ ଭାଇ ଭଉଣୀ ୩ ଜଣ ପୂର୍ବ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ । କୋଷାଧ୍ୟକ୍ଷ ମନ୍ଦରଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥମେ ପୁରାତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିଚୟ ପ୍ରଦାନ ସହ ଅନୁଷ୍ଠାନ ପ୍ରତି ନିଜର କର୍ତ୍ତବ୍ୟ ଏବଂ ଉନ୍ନତି ପାଇଁ ଆଲୋଚନା ହୋଇଥିଲା। ଆଚାର୍ଯ୍ୟ ଶ୍ରୀକାନ୍ତ କୁଦେଇ , ରୋଶନ ସାହୁ , ନେପାଳ ପ୍ରଧାନ , ରାଜକୁମାର ରଣା ଆଚାର୍ଯ୍ୟl ,ଝରଣା ପ୍ରଧାନ , ମମିତା ରଣା , ବେଦମତି କୁଦେଇ ,ସୁରୁସୂତା ଭୋଇ ସ୍ୱାଗତିକା ନାଗ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow