ବେହେରାପଡ଼ାଠାରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ର ତୃତୀୟ ସନ୍ଧ୍ୟା

Oct 17, 2024 - 07:04
 0  50
ବେହେରାପଡ଼ାଠାରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ର ତୃତୀୟ ସନ୍ଧ୍ୟା

କଣ୍ଟାମାଳ: ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକଲମ୍ବଶରୀପଂଚାୟତ ଅନ୍ତର୍ଗତ ବେହେରା ପଡ଼ା ଗ୍ରାମରେ ଷୋହଳ ପୂଜା ଉପଲକ୍ଷେ ରାବଣ ଦରବାର ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି l

ରାବଣ ଦରବାରକୁ ମୁଖ୍ୟ ଅତିଥୀ ଭାବେକଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ମହୀଧର ରଣା,ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ଥାନାଅଧିକାରୀ ଭାବନନ୍ଦ ପ୍ରଧାନ, ଶିବଶଙ୍କର କର୍ଣ୍ଣ, ବିପୁଳଦାସ, ସୁଶାନ୍ତ ମଲିକ, ଅବିନାଶ କମ୍ପ, ସନ୍ଧ୍ୟା ରାଣୀ ମହାକୁଡ଼ ରାଧାବଲ୍ଲଵ ପ୍ରଧାନ, ସନ୍ତୋଷ ମଲିକ, ସୈରେନ୍ଦ୍ର ବାରିକ ଯୋଗ ଦେଇଥିଲେ l

ପଲସାଗୋରା ର ମା' ଭୈରବୀ କଳା ପରିଷଦର କଳାକାର ଙ୍କ ଦ୍ଵାରା ସୀତାଠାବ, ଲଙ୍କାପୋଡି ନାଟକ ପରିବେଷଣ ହୋଇଥିଲା। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଯୋଗ ଦେଇ ବେହେରା ପଡ଼ା ଭଳି ଗ୍ରାମରେ କଳାକାର ମଞ୍ଚ ପାଇଁ ବହୁତ ପ୍ରଶଂସା କରିଥିଲେ। ପ୍ରସିଦ୍ଧ କଳାକାର ମନୋଜ ମହାନ୍ତିଙ୍କ ରାବଣ ଭୂମିକାକୁ ଅତିଥି ମାନେ ଓ ଦର୍ଶକ ବହୁ ପ୍ରଶଂସା କରିଥିଲେ। ଆଞ୍ଚଳିକ ଡ଼ୁମାଲ ପରିଷଦ ଲମ୍ବଶରୀ କେଦ୍ର ବେହେରା ପଡ଼ା ଶାଖା ର ସହଯୋଗ ରେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶକ ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ କଳାକାରଙ୍କ ନାଚଗୀତ ଓ ନାଟକକୁ ଉପଭୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow