ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଟିତ:

Apr 7, 2025 - 22:42
 0  1
ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଟିତ:

ମହାରାଜା ପି ଏମ ଶ୍ରୀ ହାଇସ୍କୁଲ ଠାରେ ବାର୍ଷିକ କ୍ରୀଡ଼ା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଟିତ

ସୋନପୁର: ଲୋକ୍ ଆଵାଜ୍.ଇନ୍( ମନୋରଞ୍ଜନ ତ୍ରିପାଠୀ)

ଆଜି ସୋନପୁର ପି ଏମ୍ ଶ୍ରୀ ମହାରାଜା ହାଇସ୍କୁଲ ର ବାର୍ଷିକ କ୍ରୀଡ଼ା ଓ ପୁରସ୍କାର ବିତରଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ବିଭିନ୍ନ ସମ୍ବାଦପତ୍ର ର ସାମ୍ବାଦିକ ମାନେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପିଲାମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ l

ଏକ ନିର୍ଦ୍ଦିଷ୍ଟ ଲକ୍ଷ ରଖି ଜୀବନରେ ଅଗ୍ରସର ହେବାକୁ ବରିଷ୍ଠ ସାମ୍ୱାଦିକ ଶ୍ରୀ ସ୍ଵାଧୀନ ମେହେର ପରାମର୍ଶ କରି ଥିବା ବେଳେ ଶିକ୍ଷା ସହିତ କ୍ରୀଡାର ସମନ୍ୱୟ ନିତାନ୍ତ ଜରୁରୀ ଓ ଶିକ୍ଷା ର ମୂଳ ଦୂଆ କୁ ମଜବୁତ୍ କରିବାକୁ ସମସ୍ତ ଶିକ୍ଷକ ଙ୍କ ଉଦ୍ୟମ ହେବା ବୋଲି ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ ମତ ଦେଇଥିଲେ l ଛାତ୍ରର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ୍ ବୋଲି ଶ୍ରୀ ରତନ୍ ପଟ୍ଟନାୟକ ଓ କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ର ରେ ସଫଳତା ର ଶୀର୍ଷ କୁ ପହଞ୍ଚି ବାକୁ ଉଚ୍ଚ ଆଶା ରଖିବାକୁ ହେବ ବୋଲି ସାମ୍ୱାଦିକ ମୃତ୍ୟୁଞ୍ଜୟ ଶତପଥୀ ମତ ଦେଇଥିବା ବେଳେ ଶୃଙ୍ଖଳା ଜ୍ଞାନ ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ ସାମ୍ବାଦିକ ଶ୍ରୀ ବିବେକାନନ୍ଦ ମିଶ୍ର l ଏହି ବରିଷ୍ଠ ସାମ୍ବାଦିକ ମାନଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ 

ବିଦ୍ୟାଳୟ ସ୍ତରରେ,ରାଜ୍ୟ ସ୍ତରରେ ବିଜୟୀ ହୋଇଥିବା କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ଜାତୀୟ ସ୍ତରରେ ଶ୍ରୀମାନ ଜୁନେଶ ନନ୍ଦ ୩୦୦୦ ମିଟର ଦୌଡ ପାଇଁ ପ୍ରକାଶ ମେହେର ଯୋଗ ପାଇଁ ପୁରସ୍କୃତ ହୋଇଥିଲେ l ଶ୍ରୀ ଆଶିଷ ରଞ୍ଜନ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀମତୀ ଜୟନ୍ତୀ କୁମାରୀ ମେହେର କାର୍ଯକ୍ରମ ଉପସ୍ଥାପନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଶିକ୍ଷୟତ୍ରୀ ଜୋଲିତା ମିଶ୍ର, ସସ୍ମିତା ପାତ୍ର ପୁରସ୍କାର ବିତରଣି ଉତ୍ସବ ରେ ସହଯୋଗ କରିଥିଲେ l ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow