ମହିଳା ଏଏନଏମ କୁ ଆକ୍ରମଣ କରି ଯୁବକର ଆତ୍ମହତ୍ୟା ,ତଦନ୍ତ ଜାରି

Sep 23, 2024 - 22:32
 0  63
ମହିଳା ଏଏନଏମ କୁ ଆକ୍ରମଣ କରି ଯୁବକର ଆତ୍ମହତ୍ୟା ,ତଦନ୍ତ ଜାରି

,ବାଲିଗୁଡା: ଲୋକ ଆବାଜ.ଇନ୍( ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ୍)

କନ୍ଧମାଳ ଜିଲ୍ଲାର କ.ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ଅଭାବନୀୟ ଘଟଣା ଘଟିଛି । ମହିଳା ଏଏନଏମ ଜଣକ କେନ୍ଦ୍ର ପରିସରେ ରହିଥିବା ବେଳେ ଭୁବନେଶ୍ବର ନିକଟସ୍ଥ ବାଲିପାଟଣା ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମର ଜଗନ୍ନାଥ ବେହେରା ନାମକ ଜଣେ ଯୁବକ ଆସି ଧାରୁଆ ଅସ୍ତ୍ର ରେ ତାଙ୍କୁ ମରଣାତ୍ମକ ଆକ୍ରମଣ କରିବା ଘୁରୁ ମହିଳା ଏଏନଏମ ଜଣକ ବାହାରକୁ ଯାଇ ଚିତ୍ତକାର କରିଥିଲେ । ପଟି ସୂନୀ ଗ୍ରାମବାସୀ ଦୌଡି ଆସିଥିବା ବେଳେ ଯୁବକ ଜଣକ କେନ୍ଦ୍ର ପରିସର ରେ ରହି ନିଜକୁ ରସି ଲଗାଇ ଆତ୍ମହତ୍ୟା କରିଦେଇଥିବା ଜଣାପଡିଛି । ଖବର ପାଇ କ .ନୂଆଗାଁ ପୁଲିସ ପହଞ୍ଚି ମହିଳା ଏଏନଏମ କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ସହ ମେଡିକାଲ କୁ ନେଇଥିଲେ । ପୁଲିସ ଘଟଣା ର ତଦନ୍ତ କରିବା ସହ ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ପହଞ୍ଚି ର ସାହାଯ୍ୟ ନେଥିବା ବେଳେ ମୃତ ଯୁବକ ର ପରିବାରକୁ ଡାକି ପଚରା ଉଚରା ଜରିରଖିଛି । ମହିଳା ଏଏନଏମ ଜଣକ ବିବାହିତ ହୋଇଥିବା ବେଳେ ଯୁବକ ଜଣକ ମଧ୍ୟ ବିବାହିତ । କିନ୍ତୁ ଏହି ଦୁଇ ଜଣ ଦୀର୍ଘ ବର୍ଷ ର ଦୁଇ ବନ୍ଧୁ ହୋଇଥିବା ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow