ମାଥିଲି ବ୍ଲକ ପ୍ରଶାସନ ଦ୍ୱାରା ବନ୍ୟା ପୀଡିତା ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ।

Sep 10, 2024 - 12:19
Sep 10, 2024 - 13:23
 0  344
ମାଥିଲି ବ୍ଲକ ପ୍ରଶାସନ ଦ୍ୱାରା ବନ୍ୟା ପୀଡିତା ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ।

ମାଲକାନଗିରି: ଲୋକ ଆବାଜ.ଇନ୍(ଅବଦୁଲ ଗାନି ଙ୍କ ରିପୋର୍ଟ)

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଗୋଷ୍ଠିଉନ୍ନୟନ ଅଧିକାରୀ ଡ଼କ୍ଟର ହିମାଂଚଳ ମାଝୀ ଙ୍କ ନେତୃତ୍ୱ ରେ। ମାଥିଲି ବ୍ଲକ ର କାମରପଲ୍ଲୀ, ମହୁପଦାର, ସାଲିମି, ମେକ୍କା ଇତ୍ୟାଦି ଗ୍ରାମପଞ୍ଚାୟତ ରେ ବନ୍ୟା ପୀଡ଼ିତାଙ୍କୁ ଆଶ୍ରୟ ସ୍ଥଳରେ ଆଣି ରନ୍ଧା ଖାଦ୍ୟ ଦିଆଯାଉ ଅଛି। ସେଭଳି ମାଥିଲି ସଦର ମହୁକୁମା ରେ ଥିବା ହରିଜନ ସାହିରେ ଦୁଇଟି ପରିବାର ଘରେ ପାଣି ପଶିଯାଇଥିବାରୁ ସେମାନେ ଗୋଶାଳ ରେ ରାତ୍ରିଯାପନ କରିଥିଲେ। ସେମାନଙ୍କୁ ଓ ରାସ୍ତାରେ ଠିଆ ହୋଇଥିବା ଶତାଧିକ ଯାନବାହାନ ରେ ଥିବା ଯାତ୍ରୀ ଙ୍କ ସହ କର୍ମଚାରୀ ଙ୍କୁ ମାଥିଲି ସରପଞ୍ଚ କାନାମ ରାଜୁ ନାୟକ ଓ ପି ଇ ଓ ଅଶୋକ ମହାରଣା ଙ୍କ ତତ୍ତଵାବଧାନରେ ରନ୍ଧା ଖାଦ୍ୟ ବଣ୍ଟନ କରା ଯାଇଛି।

 ମାଥିଲି ବି ଡି ଓ ଡ଼କ୍ଟର ହିମାଂଚଳ ମାଝୀ ଙ୍କ ସହ ଜି ପି ଓ ରତନ ରାୟ ବନ୍ୟା ସ୍ଥଳରେ ବୁଲି ବୁଲି ପରିସ୍ଥିତି ର ସମାଧାନ କରୁଥିବା ଦେଖିବାକୁ ମିଳିଛି। ଆସନ୍ତା ଦୁଇଦିନ ଅତ୍ୟଧିକ ବର୍ଷା ହେବାର ପାଣିପାଗ ଦ୍ୱାରା ସୂଚନା ଦିଆଯାଇଛି।

What's Your Reaction?

like

dislike

love

funny

angry

sad

wow