ମୁଡିଆ ତୁଣ୍ଡି ଗାଁ ରେ ଗଣେଷ ପୁଜା ଓ ନୂଆଖାଇ ଧୁମ୍ ଧାମ ରେ ପାଳିତ

ବାଲିଗୁଡା : ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
ଓଡ଼ିଶାର ଗଣପର୍ବ ଭାବେ ବେଶ ପରିଚିତ ନୂଆଁଖାଇ ପର୍ବ l ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଖାଇ ଏବେ ସାର୍ବଜନୀନ ହୋଇ ପାରିଛି l ଓଡ଼ିଶା ର ପୁରପଲ୍ଲୀ ରେ ନୂଆଖାଇ ଭାବେ ପାଳନ କରିଛନ୍ତି ଏହି ଅବସରରେ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତ ର ମୁଡ଼ିଆ ତୁଣ୍ଡୀ ଗାଁ ରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ ବିଘ୍ନ ବିନାଶକ ଗଣପତି ଙ୍କ ପୁଜା ସହିତ ପାରମ୍ପରିକ ନୂଆଖାଇ ପର୍ବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇ ଯାଇଛି l
ସୀମାନ୍ତ ଲଣ୍ଡାଗାଁ ଅଞ୍ଚଳ କଳାହାଣ୍ଡି ବୌଦ୍ଧ ବଲାଙ୍ଗୀର ଜିଲ୍ଲାର ସୀମାନ୍ତ ହୋଇ ଥିବାରୁ ପଶ୍ଚିମ ଓଡ଼ିଶା ଢାଞ୍ଚା ରେ ଧୁମଧାମରେ ପାଳିତ ହୋଇ ଆସୁଛି। ଏଥିପାଇଁ ଘରେ ଘରେ ଜମୁଛି ପିଠା ପଣାର ଆସର । ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କ ନିକଟରେ ନାବନ୍ନ ଲାଗି କରିଛନ୍ତି ଅଞ୍ଚଳ ବାସୀ । ଚାଷୀ ଘରର ପୁଅ ନିଜ ଅମଳ ପ୍ରଥମ ଶସ୍ୟ ଘରକୁ ଆଣିବା ପରେ ପୂଜାର୍ଚ୍ଚନା କରି ସମସ୍ତେ ଏକାଠି ବସି ନବାନ୍ନ ଭକ୍ଷଣ କରିଛନ୍ତି। ନୂଆଖାଇ ଭେଟଘାଟରେ ସାନ ମାନେ ବଡ଼ ମାନଙ୍କୁ ମୁଣ୍ଡିଆ ମାରିବା ସହ ଆର୍ଶୀବାଦ ନେଇଛନ୍ତି । ଭାଇ ଚାରାର ଏହି ନିଆରା ପର୍ବ ନୂଆଁଖାଇରେ ନିଜ ପରିବାର ର ବନ୍ଧୁ ବାନ୍ଧବ ପରିବାର ସହ ସାମିଲ ହୋଇଛନ୍ତି । ସକାଳୁ ସକାଳୁ ନୂଆ ବସ୍ତ୍ର ପିନ୍ଧି ଗାଁର ଇଷ୍ଟଦେବୀ ଙ୍କ ଠାରେ ଏକାଠି ହୋଇଥିଲେ ଲୋକେ । ସ୍ନେହ, ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ଭାବେ ନୂଆ ଚାଉଳ, ନୂଆ ଚୁଡ଼ା ଓ ଫଳ ଭଳି ୯ ପ୍ରକାର ବ୍ୟଞ୍ଜନ ଭୋଗ କରାଯାଇଛି । ଘରର ମୁରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ଡିଆ ମାରି ପରିବାର ସମସ୍ତେ ଏକାଠି ବସି ନୂଆ ଖାଇଛନ୍ତି । ଶାଳ କୁରେଇ ପତ୍ର ର ଦନାରେ ଛଅ ତିଅଣ ନଅ ଭଜା କରି ଏକାଠି ବସି ଖାଇବା ସହ ଜୁହାର ଭେଟ କାର୍ଯ୍ୟକ୍ରମ ଜମିଛି | ସନ୍ଧ୍ୟାରେ ପୁରପଲ୍ଲୀରେ ନୃତ୍ୟ ଗୀତର ଆସର ଜମିଛି । ଡାଲଖାଇ, ରସରକେଲି ପରି ଗୀତରେ ମତୁଆଲା ହୋଇଛନ୍ତି ମୁଡ଼ିଆ ତୁଣ୍ଡୀସମେତ ସୀମାନ୍ତ ବାସୀ। ଏହି କାର୍ଯ୍ୟକ୍ରମ କୁ ଗ୍ରାମ୍ୟ କମିଟି ସଭାପତି ଭକ୍ତ ଭୋଇ l ଗନ୍ତିଆ ପ୍ରଫୁଲ୍ଲ ଭୋଇ କର୍ତ୍ତା ମହେନ୍ଦ୍ର ଭୋଇ ଝାକର ଶ୍ରୀ ବଛ ଭୋଇ ଙ୍କ ନେତୃତ୍ବ ରେ ସଫଳ ଆୟୋଜନ ହୋଇ ଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ l
What's Your Reaction?






