ମାନସିକ ଭାରସାମ୍ୟ ମହିଳା ଙ୍କୁ ଦଳି ଦେଲା ହାଇୱ। ସଙ୍କଟାପନ୍ନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ହସ୍ପିଟାଲର ସ୍ଥାନାନ୍ତର,ଗାଡି କୁ ଫାଣ୍ଡି ରେ ଅଟକ।
ଧର୍ମଗଡ଼:ଲୋକ ଆବାଜ ଇନ:ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ ଗ୍ରାମର କୁମରମଣି ନାଏକ ସ୍ତ୍ରୀ ଗୀତା ନାଏକ (୫୨) ଦିର୍ଘ ବର୍ଷ ହେବେ ମାନସିକ ଭାରସାମ୍ୟ ହରାଇ ଗାଁ ରେ ପାଗଳୀ ଭଳି ବିଚରଣ କରି ବୁଲୁଥିବା ବେଳେ ସୋମବାର ରାସ୍ତା ନିର୍ମାଣ କାର୍ଯ୍ୟ ରେ ନିୟୋଜିତ ଥିବା ଏକ ହାଇୱ। ଗାଁ ଗୁଡି ନିକଟରେ ରାସ୍ତା କଡରେ ଥିବା ମାନସିକ ଭାରସାମ୍ୟ ଗ୍ରସ୍ତ ମହିଳା ଙ୍କୁ ସନ୍ଧ୍ୟା ସମୟରେ ଦଳି ଦେବାରୁ ମହିଳା ଙ୍କ ଜଙ୍ଘ ରୁ ଗୋଡ଼ ପର୍ଯ୍ୟନ୍ତ ଗଭୀର କ୍ଷତ ହେବାସହ ମହିଳା ଙ୍କ ଅବସ୍ଥା ଜଟିଳ ରହିଛି। ସ୍ଥାନୀୟ ଲୋକେ ଓ ମହିଳା ଙ୍କ ପରିଜନ ଏନେଇ ମୋଟେର ଫାଣ୍ଡି ପୁଲିସ କୁ ଖବର ଦେବାସହ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ମହିଳା ଙ୍କୁ ପ୍ରଥମେ କୋକସରା ହସ୍ପିଟାଲରେ ଆଣି ଭର୍ତ୍ତି କରିଥିଲେ, ତେବେ ମହିଳା ଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ହାଇୱ। ଗାଡି କୁ ମୋଟେର ଫାଣ୍ଡି ପୋଲିସ ରେ ଅଟକ ରଖିଥିବା ଜଣାପଡିଛି।
What's Your Reaction?