କଣ୍ଡରେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ

Mar 5, 2025 - 20:22
 0  41
କଣ୍ଡରେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ର ପ୍ରଥମ ବାର୍ଷିକ ଉତ୍ସବ

କର୍ଲାମୁଣ୍ଡା:୫/୩(ଲୋକ ଆବାଜ. ଇନ, ବ୍ୟୁରୋ ରିପୋର୍ଟ)

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସାପଲହରା ପଞ୍ଚାୟତ କଣ୍ଡରେଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଥମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ ସଭା ରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଲିମାଚାର୍ୟ ସାହୁ ଙ୍କ ସଭାପତି ତ୍ୱ ରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି,ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ପଧାନ,, କର୍ଳାମୁଣ୍ଡା ବ୍ଳକ ଅଧକ୍ଷ୍ୟା କୁନୀ ସାହୁ , ନର୍ଳା ଵ୍ଳକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କର୍ଳାମୁଣ୍ଡା ଖ ଯୋନ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୈଧୁରୀ, କର୍ଳାମୁଣ୍ଡା ବ୍ଳକ ପୂର୍ବତନ ଜିଲ୍ଲାପରିଷଦ ହିରାମଣି ସାହୁ, ସାପଲହରା ଗ୍ରାମ ପଞ୍ଚାୟତ ସରପଞ୍ଚ ରାଜେଶ୍ୱରୀ ସେନାପତି, ଏଵିଇଓ ରୋହିତ ରଣା ସାର ଓ ଗୋପମଣି ସାହୁ , ସିଆରସିସି ପ୍ରଭାବ ରଞ୍ଜନ ବନଛୋର , ରେଗଡା ଜଗଦୀଶ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କ୍ଷୀର ସାଗର ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରୀ ଛାତ୍ର ଙ୍କୁ ଭଲ ପାଠ ପଢିବା ସହ ଉତ୍ତମ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପୂର୍ବତନ ପ୍ରଧାନ ଶିକ୍ଷକ ମେଘନାଦ ସାହୁ ଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ର ଶିକ୍ଷା କମିଟି ର ସମସ୍ତ ସଭ୍ୟ ସଭ୍ୟା, ଅବିଭାବକ ଅବିଭାଵିକା,ଗ୍ରାମ ବାସୀ, ନିମନ୍ତ୍ରିତ ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ର ଭୂମିଦାତା ହିରାମଣି ସାହୁ ବିଦ୍ୟାଳୟ ର ଅଗ୍ରଗତି ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟା ତଥା ଗ୍ରାମ ବାସୀ ମାନଙ୍କ ଗହଣ ରେ ଗ୍ରାମ ର ଇଷ୍ଟ ଦେବା ଦେବି ଙ୍କ ଠାରୁ ଆଜ୍ଞା ମାଲ ଓ ମସାଲ ଯାତ୍ରା ଦ୍ୱାରା କରିଥିଲେ। ମସାଲ ଯାତ୍ରା କୁ ପ୍ରଧାନ ଶିକ୍ଷକ ଓ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ୱାଗତ କରାଯାଇ ମଞ୍ଚ ସମ୍ମୁଖରେ ସ୍ଥାପନ କରାଗଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ପଧାନ ସମସ୍ତ ଅତିଥି ମାନଙ୍କୁ ସ୍ୱାଗତ ସହ ବାର୍ଷିକ ଉତ୍ସବ ର ଉଦ୍ଦେଶ୍ୟରେ ନିଜ ବକ୍ତବ୍ୟରେ ରଖିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଚିତ୍ତାକର୍ଷକ ଓ ଆକର୍ଷଣ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ସୁରେନ୍ଦ୍ର କୁମାର ଦୋରା ଓ ପୂର୍ବତନ ସମ୍ପାଦକ କୁଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ। କର୍ଳାମୁଣ୍ଡା ବ୍ଳକ ର ବରିଷ୍ଠ ଶିକ୍ଷକ ତଥା ସି ଆର ସି ସି ଉଜ୍ଜ୍ୱଳ କୁମାର ସାହୁ , ପ୍ରଶନ୍ନ ସାହୁ, ଟୁକୁନୁ କୁମାର ଓ ଅନ୍ୟାନ୍ୟ ଶିକ୍ଷାବିତ ଯୋଗ ଦେଇଥିଲେ। ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ/ପରିଚାଳନା କମିଟିର ସଭ୍ୟ ସଭ୍ୟା ତଥା ଗ୍ରାମ ବାସୀ ମାନେ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow