ମାହେଶ୍ୱରୀ ମହୋତ୍ସବ ପାଇଁ କଳାକାର ବରଣ

କଣ୍ଟାମାଳ : ଲୋକ ଆବାଜ୍.ଇନ୍(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ଆଞ୍ଚଳିକ ଡୁମାଲ ସମାଜ ମସିଣାଗୋରା କେନ୍ଦ୍ର ପକ୍ଷରୁ ମସିଣାଗୋରା ଠାରେ ଦ୍ଵିତୀୟ ମା’ ମାହେଶ୍ୱରୀ ମହୋତ୍ସବ ଆୟୋଜନ ଅବସରରେ ଜାନୁଆରୀ ୨ ରୁ ୬ ତାରିଖ ପର୍ଯ୍ୟନ୍ତ ରାବଣ ଦରବାର ଅନୁଷ୍ଠିତ ହେବ l ଏଥିନିମନ୍ତେ କମିଟି ପକ୍ଷରୁ କଳାକାର ବରଣ କରାଯାଇଛି l ପଳସାଗୋରା ଭୈରବୀ କଳା ପରିଷଦର ବରିଷ୍ଠ କଳାକାର ମନୋଜ ମହାନ୍ତିଙ୍କୁ ରାବଣ ଅଭିନୟ ପାଇଁ ବରଣ କରାଯାଇଛି l କମିଟି ସଭାପତି ଗୋବର୍ଦ୍ଧନ ପ୍ରଧାନ, ସଦସ୍ୟ ଅଭିନାଶ କମ୍ପ, ଅନିଲ କର୍ମୀ, ଭଗିରଥ ମହାକୁଡ, ଗଜାନନ ପ୍ରଧାନ ପ୍ରମୁଖ କଳାକାର ବରଣ କାର୍ଯ୍ୟରେ ଉପସ୍ଥିତ ଥିଲେ l
What's Your Reaction?






