ମା' ମାହେଶ୍ଵରୀମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ।

କଣ୍ଟାମାଳ: ଲୋକ ଆବାଜ.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ କୁଲୁତାଯୋର ପଞ୍ଚାୟତ ନୂଆଁପାଲି ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ ଆଞ୍ଚଳିକ ଡୁମାଳ ସମାଜର ସଦସ୍ୟମାନଙ୍କୁ ନେଇ ଗତ ବର୍ଷଠାରୁ ଆରମ୍ଭ ହୋଇଥିବା ମା' ମାହେଶ୍ଵରୀ ମହୋତ୍ସବ ପାଇଁ ମସିଣାଗୋରା କେନ୍ଦ୍ର ସଭାପତି ଗୋବର୍ଦ୍ଧନ ପଧାନଙ୍କ ସଭାପତିତ୍ବ ରେ ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଦ୍ୱିତୀୟ ମହୋତ୍ସବ ପାଇଁ ସମସ୍ତଙ୍କ ମତାମତ ନିଆଯାଇଥିଲା ଏବଂ ସମସ୍ତଙ୍କ ମତାମତ ଅନୁସାରେ ଏକ ଆଜ୍ମ୍ବରପୂର୍ଣ୍ଣ ମହୋତ୍ସବ ପାଇଁ ତାରିଖ ନିର୍ଦ୍ଧାରିତ ହୋଇଥିଲା ଏବଂ କାର୍ଯକ୍ରମ ଗୁଡ଼ିକ ବିଷୟରେ ଆଲୋଚନା ହୋଇଥିଲା। ତାପରେ ମହୋତ୍ସବକୁ ଆହୁରି ଆକର୍ଷଣ ପାଇଁ ରାଜଦରବାର କରିବା ସଂଗେସଂଗେ ମୀନାବଜାର ଆଣିବା ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। ପୂର୍ବରୁ ବୈଠକରେ ମସିଣାଗୋରା କେନ୍ଦ୍ରର ସଂପାଦକ ଅନନ୍ତ କ୍ଷେତି ଗତ ବର୍ଷର ଆୟବ୍ୟୟ ପ୍ରଦାନ କରିଥିଲେ । ଶେଷରେ ସଭ୍ୟ ଆଜାଦ କଲତା ଧନ୍ୟବାଦ ଦେଇଥିଲେ। ବୈଠକରେ ସମାଜର ସମସ୍ତ ସଭ୍ୟ ଓ ମାଁ ମାହେଶ୍ଵରୀ ସେନା ର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।
What's Your Reaction?






