ମା ସୁନାମୁଖି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ଚତୁର୍ଥ ବାର୍ଷିକ ସାଧାରଣ ବୈଠକ

କର୍ଲାମୁଣ୍ଡା:ଲୋକ ଆବାଜ ଇନ(ନନ୍ଦି କିଶୋର ଭୋଇ ଙ୍କ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ସ୍ଥିତ ମା ସୁନାମୁଖି କୃଷକ ଉତ୍ପାଦକ କମ୍ପାନୀ ଲିମିଟେଡ଼ ର ଚତୁର୍ଥ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ କମ୍ପାନୀ ର ପରିଚାଳନା ନିର୍ଦ୍ଦେଶକ ବଳଦେବ ଭୋଇ ଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ଏଏ ଓ ଶ୍ରୀ କୁମାର ଚିରଞ୍ଜୀବୀ, ଏଟିଏମ ଶ୍ରୀ ଶ୍ୟାମ ପ୍ରସାଦ ଭଞ୍ଜ, ଏ ଏଫ ଓ ଶ୍ରୀ ଶକ୍ତି ବେହେରା, ଉଦ୍ୟାନ ସାଥି ଶ୍ରୀ ସର୍ବେଶ୍ୱର ଭୋଇ, କମ୍ପାନୀ ର ପରାମର୍ଶ ଦାତା ଜଗଦୀଶ ଦାଶ ପ୍ରମୁଖ ଯୋଗ ଦେଇ କମ୍ପାନୀ ର ଆୟ ବୃଦ୍ଧି ତଥା ବ୍ୟବସାୟ ଯୋଜନା ଗୁଡ଼ିକ ଉପରେ ଆଲୋଚନା କରିଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କମ୍ପାନୀ ର ନିର୍ଦେଶକ ନିର୍ଦେଶୀକା ଓ ଅଞ୍ଚଳ ର ଚାଷୀ, ସେୟାର ହୋଲଡର ମାନେ ଉପସ୍ଥିତ ଥିଲେ।
What's Your Reaction?






