ମୁଖ୍ୟମନ୍ତ୍ରୀ ମୋହନ ଚରଣମାଝୀ ଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କଲେ କନ୍ଧମାଳ ଜ଼ିଲ୍ଲାପାଳ ଓ ବିଜେପି ନେତୃମଣ୍ଡଳୀ

ବାଲିଗୁଡ଼ା: ଲୋକ୍ ଆବାଜ୍ .ଇନ୍ ( ପ୍ରମୋଦ କୁମାର ଦଣ୍ଡସେନା)
କନ୍ଧମାଳ ଜ଼ିଲ୍ଲା ର ସାମୁହିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ସାକ୍ଷାତ କଲେ କନ୍ଧମାଳ ଜ଼ିଲ୍ଲାପାଳ ଅମୃତ ଋତୁରାଜ, ଜ଼ିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝୀ ଙ୍କ ସମେତ ଟିମ l କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ମୁଖ୍ୟମନ୍ତ୍ରୀ ଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ ହେବା ସହିତ ଜ଼ିଲ୍ଲା ର ବିକାଶ ନିମନ୍ତେ ଆଲୋଚନା ହୋଇଥିଲା l ଆସନ୍ତା 21 ମାର୍ଚ୍ଚ ରୁ ଫୁଲବାଣୀ ରେ ଆୟୋଜିତ ହେବାକୁ ଥିବା ' କନ୍ଧମାଳ ମହୋତ୍ସବ ରେ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଥିବା ଜଣା ପଡିଛି l
What's Your Reaction?






