ମ.ରାମପୁର ଟ୍ରାକଟର ମାଲିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ :

Mar 18, 2025 - 17:43
 0  37
ମ.ରାମପୁର ଟ୍ରାକଟର ମାଲିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ :

ମ.ରାମପୁର ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଦାବୀପତ୍ର ପ୍ରଦାନ, ୭ଦିନ ମଧ୍ୟରେ ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ, ସରକାର ଙ୍କ ହିଟଲର ଶାସନ ଯୋଗୁଁ ହଜାର ହଜାର ଶ୍ରମିକଓ ଡ୍ରାଇଭର ଜୀବିକା ହରେଇ ଛନ୍ତି                               

କଳାହାଣ୍ଡି: ଲୋକ୍ ଆବାଜ୍. ଇନ୍ (ବ୍ୟୁରୋ)

ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କ ଜରିଆରେ ୭ଦଫା ଦାଵୀ ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଗତ କିଛିଦିନ ହେଲା ପୋଲିସ ଦ୍ୱାରା ଜବତ କରାଯାଇଥିବା ଟ୍ରାକ୍ଟର ଗୁଡ଼ିକୁ ତୁରନ୍ତ ଛଡ଼ା ଯିବା ସହ ରୁଜୁ ହୋଇଥିବା ମକଦ୍ଦମାକୁ ପ୍ରତ୍ୟାହାର କରାଯାଉ ।ଆମ୍ଭେ ରୟାଲଟି ଦେବା ପାଇଁ ପ୍ରସ୍ତୁତ ଥିବା ବେଳେ ଆମକୁ ସହଜରେ ଲଘୁ ଖଣିଜ ଦ୍ରବ୍ୟ ଯୋଗାଇ ଦିଆଯାଉ,ବାଲି ଘାଟରେ ବେଆଇନ୍ ରୟାଲଟି ଆଦାୟ କରୁଥିବା ବ୍ୟକ୍ତିଙ୍କୁ ଗିରଫ୍ କରାଯାଉ,ବାଲିଘାଟକୁ ଟେଣ୍ଡର ନେଇଥିବା ଠିକାଦାର ମନଇଚ୍ଛା ହିତାଧିକାରୀଙ୍କ ଠାରୁ ରୟାଲଟି ନେଉଥିବା ବନ୍ଦ କରାଯାଉ,ବାଲିଘାଟର ନିର୍ଦ୍ଧାରିତ ପରିମାଣ ତଥା ୮୦୦ ସିଏମ୍ ସ୍ଥାନରେ ଠିକାଦାର ଓ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରେ ହଜାର ହଜାର ସିଏମ୍ ବାଲି ଉଠାଣକୁ ବନ୍ଦ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।ବିଭିନ୍ନ କ୍ରସର ରୁ ସରକାରଙ୍କ ଟ୍ୟାକ୍ସ ଫାଙ୍କି ହାଇୱା ଯୋଗେ ଯୋଗାଣ କରୁଥିବା ଲଘୁ ଖଚ୍ଚିଜ ଦ୍ରବ୍ୟକୁ ଜବତ କରାଯାଉ ।ସରକାର ରାତ୍ରି କାଳୀନ ରୟାଲଟି ବ୍ୟବସ୍ଥାକୁ ପ୍ରତ୍ୟାହାର କରି ଦିନବେଳେ କରାଯାଉ ଭଳି ୭ଦଫା ଦାବି ନେଇ ଦାବିପତ୍ର ପ୍ରଦାନ କରାଯାଇଛି।ଗୋଟିଏ ଟ୍ରାକଟର ଦ୍ୱାରା ୬ଗୋଟି ପରିବାର ପ୍ରତିପୋଷଣ କରୁତିବାରୁ ଅନେକ ଶ୍ରମିକ, ଡ୍ରାଇଭ ଜୀବିକା ହରାଇଛନ୍ତି।ଯଦି ଦାବି ପୂରଣ ନ ତାହେଲେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି।ଏଥିରେ ଟ୍ରାକ୍ଟର ସଂଘ ସଭାପତି ପ୍ରଶାନ୍ତ ସାମନ୍ତରା, ଉପସଭାପତି ଭବାନୀ ସାହୁ, ସାଧାରଣ ସମ୍ପାଦକ ଜାଜ୍ଞସେନ ପଣ୍ଡା ,ସହ ସଂପାଦକ ସଞ୍ଜୟ ମାଝୀ, କୋଷାଧ୍ୟକ୍ଷ ନବୀନ ପଧାନ, ବିଶ୍ଵଜିତ ମହାଖୁଡ ଦୁର୍ଯ୍ୟୋଧନ ରଣା ଶେଷଦେବ ମହାକୁଡ଼,ତେଜରାଜ ସାହୁ, ଅଶୋକ ରଣା, ମାର୍କଣ୍ଡ ସାହୁ ସମେତ ସମସ୍ତ ଟ୍ରାକ୍ଟର ମାଲିକ ଉପସ୍ଥିତ ଥିଲେ।

What's Your Reaction?

like

dislike

love

funny

angry

sad

wow