ଯୋଗିନ୍ଦ୍ର ପୁରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

Sep 24, 2024 - 22:07
 0  49
ଯୋଗିନ୍ଦ୍ର ପୁରରେ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

କଣ୍ଟାମାଳ :ଲୋକ ଆବାଜ୍. ଇନ୍ (ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ୍)

କଣ୍ଟାମାଳ ବ୍ଲକ ଯୋଗିନ୍ଦ୍ର ପୁର ଗ୍ରାମ ପଞ୍ଚାୟତ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇ ଯାଇଛି | ଏହିସ୍ୱଛତା ହିଁ ସେବା କାର୍ଯ୍ୟ କ୍ରମରେ ସରପଞ୍ଚ ଝୂନୁ ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅନନ୍ତ ବେହେରା, ଜି ଆର୍ ଏସ ସରୋଜ ମହାକୁଡ, ଗୋଷ୍ଠୀ ଅଧିକାରୀ ତପସ୍ଵିନୀ ମେହେର, ସ୍ବାସ୍ଥ୍ୟ ଅଧିକାରୀ ବିପ୍ର ଚରଣ ମହାକୁଡ, ସି ଆର ପି ଯଶୋଦା ପ୍ରଧାନ, ୱାର୍ଡ ମେମ୍ବର ଅମ୍ବୁ ପ୍ରଧାନ, ମୋଟିଭେଟର ମୁକ୍ତେଶ୍ଵର ପ୍ରଧାନ, ଅଚ୍ୟୁତ ପ୍ରଧାନ, ସାମ୍ବାଦିକ ନଳିନୀ କାନ୍ତ ସାହୁ ଙ୍କସମେତ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତ ରହି ସଫେଇ, ସ୍ୱଛତା ଶପଥ, ସ୍ୱଛତା ରାଲି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ |

 ପ୍ରଥମେ ପଞ୍ଚାୟତ ପରିସର, ସ୍କୁଲ, ସ୍ବାସ୍ଥ୍ୟ ଉପକେନ୍ଦ୍ର, ଅଙ୍ଗନୱାଡ଼ି କେନ୍ଦ୍ର ଆଦି ସଫେଇ କରାଯାଇଥିଲା | ପରେ ରାସ୍ତାର ଉଭୟ ପାର୍ଶ୍ବରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା

What's Your Reaction?

like

dislike

love

funny

angry

sad

wow