ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ବିରୋଧି ଦଳ ଉପରେ ବର୍ଷିଲେ ମହିଳା ମାନେ......
କର୍ଲାମୁଣ୍ଡା: ଲୋକ୍ ଆବାଜ.ଇନ୍ (ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ମଣ୍ଡଳ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ ବବିତା ମଞ୍ଜରୀ ସାହୁ ଓ କର୍ଲାମୁଣ୍ଡା ଭାଜପା ମଣ୍ଡଳ ସଭାପତି ଡୋଲା ମଣୀ ଭୋଇ ଙ୍କ ନେତତ୍ବରେ ସ୍ଥାନୀୟ ଶିବ ମନ୍ଦିର ଠାରୁ ତହସିଲ କାର୍ଯ୍ୟାଳୟ ଛକ ପଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯକ୍ରମରେ ବିରୋଧି ଦଳ କୁ କଡ଼ା ସମାଲଚନା କରାଯାଇଥିଲା।
ଏଥିରେ ବିଜେପି ନାରୀ ନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ପ୍ରଭାତୀ ଭୋଇ ଓ ପୁଷ୍ପ କାନ୍ତି କୁମାର୍, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଘନଶ୍ୟାମ ଗହୀର, ବିଜେପି ନେତା ତଥା ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, ବରିଷ୍ଟ କାର୍ଯ୍ୟ କର୍ତ୍ତା ରାଜେନ୍ଦ୍ର ନାରାୟଣ ମିଶ୍ର, ଗଣେଶ କୁମାର, ଗୋବିନ୍ଦ ସାହୁ,ପଦ୍ମା ଳୟ ରଣା, ଚିତ୍ରସେନ ସାହୁ, ଚୈତନ୍ୟ ସାହୁ, ଲିଙ୍ଗରାଜ ସାହୁ, ସୂର୍ଯ୍ୟ ମଣୀ ଘିଭେଲା, ବନମାଳୀ ସାହୁ ଙ୍କ ସମେତ ବିଭିନ୍ନ ଅଞ୍ଚଳରୁ ମହିଳା ମାନେ ଉପସ୍ଥିତ ଥିଲେ। ସେହିପରି ଯୋରାଡବରା ମଣ୍ଡଳ ପକ୍ଷରୁ ଯୋରାଡବରା ରାଜୀବଗାନ୍ଧୀ ସେବା କେନ୍ଦ୍ର ଠାରୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ପଦ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାଜପା ଯୋରାଡବରା ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ପୁଷ୍ପାଞ୍ଜଳି ସାହୁ, ମଣ୍ଡଳ ସଭାପତି ଯତୀନ୍ଦ୍ର ସାହୁ ଙ୍କ ନେତତ୍ବରେ ଆୟୋଜିତ ଜନ ଆକ୍ରୋଶ ମହିଳା ସମାବେଶ ଓ ପଦଯାତ୍ରା ରେ କଳାହାଣ୍ଡି ଜିଲ୍ଲାର ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଭାଜପା ନାରୀ ନେତ୍ରୀ ନମିତା ରାଣୀ ସାହୁ , ଶୁଭ୍ରାଂଶୁ ସାହୁ ପ୍ରମୂଖ ଉପସ୍ଥିତ ଥିଲେ।
What's Your Reaction?