ରଜତ ବଂଶଲ ପାଇବେ ଦେବଗିରି ଯୁବ ସମ୍ମାନ

Oct 30, 2024 - 19:53
 0  26
ରଜତ ବଂଶଲ ପାଇବେ ଦେବଗିରି ଯୁବ ସମ୍ମାନ

କଳାହାଣ୍ଡି : ଲୋକ ଆବାଜ୍.ଇନ୍:(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ୍)

ଯୁବ ଲେଖକ, ସାମ୍ବାଦିକ, ସଂଗଠକ ତଥା ସମାଜସେବୀ ରଜତ ବଂଶଲଙ୍କୁ ଏବର୍ଷର ମର୍ଯ୍ୟାଦାଜନକ 'ଦେବଗିରି ଯୁବ ସମ୍ମାନ' ପ୍ରଦାନ କରାଯିବ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ବୁଢ଼ୀପଦର ସ୍ଥିତ ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ବେହେରା ନିବାସୀ ଶ୍ରୀ ବଂଶଲଙ୍କୁ ଏହି ସମ୍ମାନ ଦିଆଯିବ। ଶ୍ରୀ ବଂଶଲ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ସାରା ରାଜ୍ୟରେ ଜଣେ ଚର୍ଚ୍ଚିତ ଚେହେରା। ତାଙ୍କ ଦ୍ଵାରା ଗଠିତ ଦଣ୍ଡପାଟ ଯୁବ ସେବା ସଂଗଠନ ତରଫରୁ କଳାହାଣ୍ଡିର କୋଣ ଅନୁକୋଣରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପାଠ୍ୟ ପୁସ୍ତକ ବଣ୍ଟନ, ଗରିବ ଅସହାୟଙ୍କୁ ନୂଆଖାଇ ସମୟରେ ବସ୍ତ୍ର ବଣ୍ଟନ, ସାମାଜିକ ସମରସତା କାର୍ଯ୍ୟକ୍ରମ ମାଧ୍ଯମରେ ଦିବ୍ୟାଙ୍ଗମାନଙ୍କୁ କମ୍ବଳ ବଣ୍ଟନ ଇତ୍ୟାଦି ସେବା କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ରଚିତ କବିତା ସଂକଳନ 'ଅବ୍ୟକ୍ତ ଶବ୍ଦ' ସାରା ଓଡ଼ିଶାର ପାଠକମାନଙ୍କ ପ୍ରିୟ ହେଇପାରିଛି। ଅଞ୍ଚଳର ଉନ୍ନତି ପାଇଁ ସେ ଅନେକ ସ୍ବପ୍ନ ଦେଖିଛନ୍ତି। ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ଯରେ ଏକ ସିଲେଇ ପ୍ରଶିକ୍ଷଣ କେନ୍ଦ୍ର ଖୋଲିବା ସହ ୪୦ଜଣ ମହିଳାଙ୍କୁ ନେଇ ଦଣ୍ଡପାଟ ଉତ୍ପାଦକ ଗୋଷ୍ଠୀ ଗଠନ ପୂର୍ବକ ରୋଜଗାର ବ୍ଯବସ୍ଥା କରାଇଛନ୍ତି। ସେହିପରି ସେ ଜଣେ ଗଣମାଧ୍ୟମ ପ୍ରତିନିଧି ହିସାବରେ ଅଞ୍ଚଳର ସମସ୍ୟା ଓ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାର ପ୍ରୟାସ ଜାରି ରଖିଛନ୍ତି। ତାଙ୍କୁ ଆସନ୍ତା ନଭେମ୍ବର ୧୩ରୁ ୧୫ ତାରିଖ ଯାଏଁ ଆୟୋଜନ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୨ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ବାମୀ ମହୋତ୍ସବ ଅବସରରେ ଗୋସିଙ୍ଗ ଦୈତ୍ୟ ଦରବାରରେ ସମ୍ମାନିତ କରାଯିବ ଏବଂ ଅନ୍ୟାନ୍ୟ ସମ୍ମାନ ଖୁବଶୀଘ୍ର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।

What's Your Reaction?

like

dislike

love

funny

angry

sad

wow