ରିଷିଡା ଠାରେ ମାନସିକ ରୋଗ ଚିନ୍ହଟ ଓ ଚିକିତ୍ସା ଶିବିର...

Sep 27, 2024 - 21:09
 0  65
ରିଷିଡା ଠାରେ ମାନସିକ ରୋଗ ଚିନ୍ହଟ ଓ ଚିକିତ୍ସା ଶିବିର...

କର୍ଲାମୁଣ୍ଡା : ଲୋକ ଆବାଜ୍.ଇନ୍(ପ୍ରଦୀପ ରଣା ଙ୍କ ରିପୋର୍ଟ୍)

କର୍ଲାମୁଣ୍ଡା ବ୍ଲକ ରିଷିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ମାନସିକ ରୋଗ ଚିନ୍ହଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଳାହାଣ୍ଡି ସହିଦ ରେଣ୍ଡୋ ମାଝୀ ଭେଷଜ କଲେଜ ର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରବୀଣ କୁମାର ସାହୁ ଯୋଗ ଦେଇ ୧୫ ଜଣ ମାନସିକ ରୋଗୀ ଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ।ଶିବିରରେ ରିଷିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ମୁକେଶ କୁମାର ପଧାନ,ପି ଏଚ ଇ ଓ କିଶୋର ଚନ୍ଦ୍ର ଦାଶ୍, ବାଡା ପ୍ରତାପ ସାହୁ,ଛବିଲାଲ ତାଣ୍ଡି ଙ୍କ ସମେତ ଆଶା କର୍ମୀ ମୀନା ଗହୀର, ବବିତା ସାହୁ ଓ ପ୍ରତିମା ନାଗ ଉପସ୍ଥିତ ଥିଲେ l ରିଷିଡା ଡାକ୍ତରଖାନାର ଫାର୍ମାସିଷ୍ଟ ରଞ୍ଜନ କୁମାର ସାହୁ, ସମୀର କୁମାର ମିଶ୍ର, ସଦାନନ୍ଦ ଘଡେଇ, ମିନକେତନ ବାଗ ପ୍ରମୁଖ ସହଯୋଗ କରିଥିଲେ

What's Your Reaction?

like

dislike

love

funny

angry

sad

wow