ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ରେ ସ୍ୱାଗତ ସମ୍ଭାର୍ଦ୍ଧନା କାର୍ଯ୍ୟକ୍ରମ .....

Sep 27, 2024 - 20:44
 0  214
ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ରେ ସ୍ୱାଗତ ସମ୍ଭାର୍ଦ୍ଧନା କାର୍ଯ୍ୟକ୍ରମ .....

କେସିଙ୍ଗା:ଲୋକ ଆବାଜ. ଇନ (ଫିରୋଜ କୁମାର ଦାଶ ଙ୍କ ରିପୋର୍ଟ)  

କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ବେଲଖଣ୍ଡି ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟରେ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀ ଛାତ୍ର ମାନଙ୍କୁ ଦ୍ଵିତୀୟ ବର୍ଷ ଓ ତୃତୀୟ ବର୍ଷର ଛାତ୍ରୀ ଛାତ୍ର ମାନେ ସଂମ୍ମାନର ସହିତ ସ୍ୱାଗତ କରିଥିଲେ l କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦାଶ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ତଥା ଓଡିଶା ରେ ପ୍ରସିଦ୍ଧ ଲାଭ କରିଥିବା ବ୍ୟଙ୍ଗ କବି, ଅଭିନେତା ସୁଶାନ୍ତ କୁମାର ମିଶ୍ର ଯୋଗ ଦେଇ ତାଙ୍କର ଅଭିନବ କଳା କୌଶଳ ର ଦିଗଦର୍ଶନ ଦେଇଥିଲେ l

ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମକଲିଙ୍ଗ ଗହୀର , ଅଧ୍ୟାପକ ସଦାନନ୍ଦ ଶତପଥୀ, ଅଧ୍ୟାପକ ଡ଼ଃ ମଦନମୋହନ ସାହୁ, ଅଧ୍ୟାପକ ଦୁର୍ଯ୍ୟୋଧନ ବିଶୋଇ, ଅଧ୍ୟାପିକା ସ୍ୱାତୀ ପଧାନ ବରିଷ୍ଠ କିରାଣୀ ଭକ୍ତବନ୍ଧୁ ପଧାନ, ଚଉବନ ପଧାନ, ବୁଦ୍ଧଦେବ ପଧାନ, ବିଶ୍ୱନାଥ ଭୋଇ ପ୍ରମୁଖ ଯୋଗ ଦେଇ ଛାତ୍ରୀଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷ ଛାତ୍ରୀ ଛାତ୍ର ମାନଙ୍କୁ ଶୃଙ୍ଖଳା, କର୍ତ୍ତବ୍ୟନିଷ୍ଠା,ବିନମ୍ରତା ଭାବ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ l ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରୀ ଛାତ୍ର ଏବଂ ମହାବିଦ୍ୟାଳୟ ର ଅନ୍ୟ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରି ଶେଷରେ ଅଧ୍ୟାପିକା ସ୍ୱାତୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ

What's Your Reaction?

like

dislike

love

funny

angry

sad

wow