ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ:

Feb 28, 2025 - 20:14
 0  4
ରୁଗୁଡ଼ିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜାତୀୟ ବିଜ୍ଞାନ ଦିବସ ପାଳିତ:

ରୁଗୁଡିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ସୋନପୁର: ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)

୨୮-୦୨-୨୫ଆଜି ସୋନପୁର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁଗୁଡିପାଲି ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲାଲଚନ୍ଦ ରଣା ସଭାପତିତ୍ଵ କରିଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ର ରାଜା କନ୍ଧେର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୋଳଗୋବିନ୍ଦ ପଣ୍ଡା ଆଜି ଦିନର ଆଭିମୁଖ୍ୟ ଯଥା- ବିଜ୍ଞାନ ସଚେତନତା ଓ ମିଜାଜ୍ , ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଷୟରେ ଶିକ୍ଷା ଗ୍ରହଣ ପ୍ରତି ଉତ୍ସାହିତ କରିବା ଓ ଭାରତୀୟ ବିଜ୍ଞାନୀମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ଆଦି ଦିଗ ଉପରେ ଆଲୋଚନା କରିଥିଲେ । ଶିକ୍ଷକ ମୁକେଶ ପ୍ରଧାନ ଭାରତରେ ପ୍ରତିବର୍ଷ ଫେବୃୟାରୀ ୨୮ ତାରିଖରେ ଜାତୀୟ ବିଜ୍ଞାନ ଦିବସ ପାଲିତ ହୁଏ , ଏହି ଦିନଟି ଭାରତୀୟ ବିଜ୍ଞାନୀ ଡ଼ଃ ସି.ଭି. ରମଣଙ୍କ ରମଣ ପ୍ରଭାବ ଆବିଷ୍କାର ପାଇଁ ପାଳିତ ହୁଏ ବୋଲି ପ୍ରକାଶ କରିଥିଲେ । ସଭା ଶେଷରେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଇପ୍‌ସା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।

  ଏହି ଜାତୀୟ ବିଜ୍ଞାନ ଦିବସରେ ବିଦ୍ୟାଳୟରେ ବିଦ୍ୟାଳୟସ୍ତରୀୟ ଏକ ବିଜ୍ଞାନ ଉପକରଣ ପ୍ରଦର୍ଶନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟୀର ସଭାପତି ସଂଜୟ ବାଘ ଉଦ୍ଘାଟନ କରିଥିବା ବେଳେ ବିଦ୍ୟାଳୟର ଶିକ୍ଷକ ବିରେନ୍ଦ୍ର ବରିହା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗାଁ ତଥା ପାଖ ଆଖ ଅଞ୍ଚଳ ର ଅନେକ ଚାତ୍ର ଛାତ୍ରୀ ବୁଦ୍ଧିଜୀବୀ ବିଜ୍ଞାନ ଉପକରଣ ମେଳା କୁ ଦେଖିବାର ସୁଯୋଗ ପାଇ ଆନନ୍ଦ ଅନୁଭବ କରିବା ସହ ଆୟୋଜକ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ I

What's Your Reaction?

like

dislike

love

funny

angry

sad

wow