ବଲାଙ୍ଗୀର ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଦିବସ -୨୦୨୫ ପାଳିତ

Feb 28, 2025 - 20:04
 0  51
ବଲାଙ୍ଗୀର ଟାଉନ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ଦିବସ -୨୦୨୫ ପାଳିତ

ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ -୨୦୨୫ ପାଳିତ 

ବଲାଙ୍ଗିର:ଲୋକ୍ ଆଵାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)

ଆଜି ତା.୨୮.୦୨.୨୫ରିଖ ଶୁକ୍ରବାର ଦିନ ଦିବା ୧୧ ଘଟିକା ସମୟରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର ରେ ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ, ବଲାଙ୍ଗୀର ର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ସଭାପତିତ୍ବ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ନବଘନ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।ବିଜ୍ଞାନକୁ ଭଲ ଭାବରେ ଜାଣିବା ତଥା ସମାଜ ସେବା ରେ ଲଗାଇବା ପାଇଁ ନବଘନ ସାହୁ କହିଥିଲେ। ଅତିଥି ଭାବରେ ସରୋଜ କୁମାର ନାୟକ ପ୍ରଧାନ ଶିକ୍ଷକ ମିର୍ଦ୍ଧାପାଲି ହାଇ ସ୍କୁଲ, ଶ୍ରୀ ସୁନିଲ କୁମାର ବେହେରା, ପ୍ରଧାନ ଶିକ୍ଷକ ଗାଇବାହଲ ହାଇ ସ୍କୁଲ, ରାମଗୋପଲ ଖମାରୀ ଶର୍ମା, ପ୍ରଧାନ ଶିକ୍ଷକ କନ୍ଧକେଲ ଗାଁ ହାଇ ସ୍କୁଲ, ରାଜେଶ କୁମାର ମିଶ୍ର ବିଜ୍ଞାନ ଶିକ୍ଷକ ମହିମୁଣ୍ଡା ହାଇ ସ୍କୁଲ ଇତି ଯୋଗ ଦେଇ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିବା ସହ ବୈଜ୍ଞାନିକ ଚିନ୍ତାଧାରା ସମ୍ପର୍କ ରେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ୨୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ବଲାଙ୍ଗୀର ର ଛାତ୍ରୀ ମାନଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଛାତ୍ରୀମାନଙ୍କ ମନରେ ଉତ୍ସାହ ଆଣିବା ପାଇଁ ଏକ କୁଇଜ୍ ପ୍ରତିଯୋଗିତା ଅୟୋଜନ କରାଯାଇଥିଲା ଏବଂ ଏକ ବିଜ୍ଞାନ ନାଟକ ପ୍ରଦର୍ଶନ କରାଯାଇଥିଲା। ସଭାକୁ ରାମ ଗୋପାଳ ଖମାରୀ ଶର୍ମା ସଂଯୋଜନା କରିଥିଲେ ଏବଂ ରାଜେଶ ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ବଲାଙ୍ଗୀର ଜିଲ୍ଲାର `ଖୋଜଟିମ୍' ଦ୍ଵାରା ଅନ୍ଧବିଶ୍ୱାସ କୁ ଦୁରକରିବା ସକାଶେ ବିଜ୍ଞାନ ଭିତ୍ତିକ ଅନେକ ତଥ୍ୟ ସମସ୍ତଙ୍କୁ ଅନିଲ ନନ୍ଦ, ଶ୍ରୀ ବିଶ୍ୱଜିତ୍ ପଧାନ, କରୁଣା ସା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତା ରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ l

What's Your Reaction?

like

dislike

love

funny

angry

sad

wow