ନୂତନ ବିଇଓ ଙ୍କୁ କୋକସରା ବ୍ଲକ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।:

Feb 28, 2025 - 20:23
 0  5

ନୂତନ ବିଇଓ ଙ୍କୁ କୋକସରା ବ୍ଲକ ବିଭିନ୍ନ ଶିକ୍ଷକ ଶିକ୍ଷୟିତ୍ରୀ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା।

ଧର୍ମଗଡ଼: ଲୋକ୍ ଆଵାଜ.ଇନ୍ (ସନତ କୁମାର ପ୍ରଧାନୀ)

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ ଶୁକ୍ରବାର ନୂତନ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ମହେଶ କୁମାର ଭାଟି କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ କୋକସରା ବ୍ଲକ ର ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ ସମେତ ବିଭିନ୍ନ ଶିକ୍ଷକ ସଙ୍ଘ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପୂର୍ବରୁ ବିଇଓ ଥିବା ସୁଶ୍ରୀ ରଶ୍ମିତା ନେତମ ଙ୍କ ବଦଳି ପରେ ମହେଶ କୁମାର ଭାଟି ଙ୍କୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ କୋକସରା ବ୍ଲକ ର ବିଇଓ ଭାବେ ନିଯୁକ୍ତ କରାଯାଇଛି। ଏହି ଅବସରରେ ବ୍ଲକ ବିଭିନ୍ନ ଶିକ୍ଷକ ସଙ୍ଘ ର କର୍ମକର୍ତ୍ତା ଓ ବିଆରସିସି ତୋଫାନ ମାଝୀ ଉପସ୍ଥିତ ରହି ଶ୍ରୀ ଭାଟି ଙ୍କୁ ଗୋଷ୍ଠି ଶିକ୍ଷା କାର୍ଯ୍ୟାଳୟ ପରିସରରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ସଭାପତି ଭୁରିଶ୍ରବା ଜାଲ, ସମ୍ପାଦକ ସୁବାସ ଚନ୍ଦ୍ର ବାଗ, ଉପ ସଭାପତି ବିର କିଶୋର ନାଗ,ଅତୁଲ୍ୟ ପଟ୍ଟନାୟକ,ଲିଙ୍ଗରାଜ ନାଏକ, ଉପେନ୍ଦ୍ର ସାହୁ, ସୁମନ ଅର୍ପିତ ପଣ୍ଡା,ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଗଗନ ବିହାରୀ ପଟ୍ଟନାୟକ, ଦେବୀସିଂ ମାଝୀ,ଈଶ୍ୱରୀ ପ୍ରସାଦ ଅଗସ୍ତି,ତ୍ରିନାଥ ବାଗ,ଭାଗ୍ୟବାନ ବାଗ,ପଞ୍ଚାନନ ମାଝୀ, ଏନପିଏସ ସଙ୍ଘ ପକ୍ଷରୁ ଚନ୍ଦ୍ର ମୋହନ ପୁଝାରି, ବୈକୁଣ୍ଠ ଜାଲ, ବେଣୁଧର ନାଏକ, ବବୃ ବାହାନ ବିଶି, ଏନପିଏସ ଉଚ୍ଚ ବିଦ୍ୟାଳୟ ସଂଘ ପକ୍ଷରୁ ସାମନ୍ତ ପାଟ୍ଟଯୋଶୀ, ସୂର୍ଯ୍ୟ ପ୍ରସାଦ ଠାକୁର, ଚିତ୍ତରଞ୍ଜନ ମହାନ୍ତି,ମଳୟ ବାଗ ଓ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ନୂତନ ବିଇଓ ମହେଶ କୁମାର ଭାଟି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ କାମନା କରିଥିଲେ।

What's Your Reaction?

like

dislike

love

funny

angry

sad

wow