ରେଗଡା କ୍ଲସ୍ଟରେ ସୁରଭି କାର୍ଯ୍ୟକ୍ରମ.... ପ୍ରତିଭା ଦେଖାଇଲେ ଛାତ୍ର ଛାତ୍ରୀ
ଲୋକ ଆବାଜ. ଇନ(ବ୍ୟୁରୋ ରିପୋର୍ଟ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରେଗେଡା ଆଞ୍ଚଳିକ ଶିକ୍ଷା ସାଧନ କେନ୍ଦ୍ର ଆନୁକୁଲ୍ୟରେ ଜଗଦିଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ରେଗଡା କ୍ଲଷ୍ଟର ଅନ୍ତର୍ଗତ ୧୨ ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ଉତଘାଟନୀ ସଭାମୁଖ୍ୟ ଅତିଥି ଭାବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଶଶାଙ୍କ ଶେଖର ତ୍ରିପାଠୀ ,ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ରେଗେଡାର ପ୍ରଧାନ ଶିକ୍ଷକସୈଳେନ୍ଦ୍ର କୁମାର ନାୟକ,କଣ୍ଡରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ଜଗଦୀଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରସାଗର ସାହୁ,ରେଗଡା ସିଆରସିସି ପ୍ରଭାବ ରଞ୍ଜନ ବନଛୋର ଯୋରାଡୋବରା ସିଆରସିସି ଯୁଗଳ ନାଗ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ ହୋଇଥିଲା।
ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ରେଗଡା ଗ୍ରାମ ପଞ୍ଚାୟତ ସରପଞ୍ଚ ଦିପ୍ତିରାଣି ସାହୁ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ,ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ଅଧ୍ୟକ୍ଷ ସେନାପତି ବଗର୍ତ୍ତି,ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ରେଗେଡାର ପ୍ରଧାନ ଶିକ୍ଷକ ସୈଳେନ୍ଦ୍ର କୁମାର ନାୟକ,କଣ୍ଡରେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ, ଜଗଦୀଶ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରସାଗର ସାହୁ,ସିଆରସିସି ପ୍ରଭାବ ରଞ୍ଜନ ବନଛୋର ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବଣ୍ଟନ କରିଥିଲେ।ସଭା କାର୍ଯ୍ୟ ରେ ଜିତେନ୍ଦ୍ର ପଣ୍ଡା ଓ ସୁମନ୍ତ ସାହୁ ସଂଯୋଜନା କରିଥିଲେ।ରେଗଡା କ୍ଲସ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ
What's Your Reaction?