*ରୌପ୍ୟ ଜୟନ୍ତୀ ସମାରୋହ*- *ବିନିକା ବ୍ଲକ ରେ ପଏଁରୀ ତିହାର ସାଂସ୍କୃତିକ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ସମାରୋହ ଧୁମଧାମରେ ପାଳନ କରିବା ପାଇଁ ଜିଲ୍ଲା ର ପ୍ରତି ବ୍ଲକ ରେ ଗାଁ ଗାଁ ରେ ଗୀତ ନାଚ ର ଆସର ଜମାଇଛି ଅନୁଷ୍ଠାନ ପାଏଁରୀ l ଆଜି ବିନିକା ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ନିରାକାର ଦେହୁରୀଙ୍କ ସଭାପତିତ୍ୱରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହୋଇଥିଲା କଳାଗ୍ରାମ କର୍ତଙ୍ଗରେ । ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଶ୍ରୀ ଚୌଧୁରୀ ବିଭାର ପଏଁରି ତିହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସୂଚନା ପ୍ରଦାନ କରି କହିଥିଲେ ଯେ ଗାଁ ଗାଁ ରେ ଲୁକି ଯାଉଥିବା ଲୋକକଳା ଓ କଳାକାର ମାନଙ୍କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ମଂଚରେ ସ୍ଥାନ ଦେଇ ତାଙ୍କର କଳା ପରିବେଷଣ କରି ଉତ୍ସ୍ରାହିତ କରିବା ଆମ ର ଲକ୍ଷ୍ୟ l ଏହି ସଭାରେ ମୁଖ୍ୟ ଅତିଥି ସ୍ଥାନୀୟ ନାଏବ ସରପଂଚ ଗୋବର୍ଦ୍ଧନ ନେଗୀ, ସମ୍ମାନିତ ଅତିଥି ଶ୍ରୀ ବାସୁଦେବ ନାଏକ, ବିଶିଷ୍ଟ କଳାକାର, ଶ୍ରୀ ସନତ ବସ୍ତିଆ, ସଭାପତି ଲୋକ କଳା ଗ୍ରାମ, କର୍ତ୍ତଙ୍ଗ, ଶ୍ରୀ ତାରାକାନ୍ତ ବଗର୍ତି, ବିଶିଷ୍ଟ କଳାକାର ଶ୍ରୀ ସୁଦର୍ଶନ ନାଗ, ସଭାପତି ଜିଲ୍ଲା କୀର୍ତ୍ତନ ସଂଘ, ଦଣ୍ଡ ସମ୍ରାଟ ରସିକ ସାହୁ, ପଏଁରି ସଭାପତି ଶ୍ରୀ ଲଡୁକିଶୋର ମଲ୍ଲିକ, ଉପ ସଭାପତି ଶ୍ରୀ ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, ବରିଷ୍ଟ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନର ତରଫରୁ ଶ୍ରୀ ନିରାକାର ଦେହୁରୀଙ୍କୁ “ପଏଁରି କଳା ସମ୍ମାନ”ରେ ସମ୍ମାନିତ କରାଯାଇଥିଲା ।
ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହୋଇ ଲୁକି ଯାଇଥିବା କଳା ଡଁଡ, ସଂଚାର, ସଂମ୍ରଦା, କରମସାନି, କୃଷ୍ଣ ଗୁରୁ, ନଚନିଆଁ ଆଦି କଳା କୁ ସୁନ୍ଦର ଭାବରେ ପରିବେଷଣ କରିଥିଲେ । ପ୍ରଥମେ ଅନୁଷ୍ଠାନ ର ଉପ-ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ନାଏକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ୍ୟ ଅର୍ପଣ କରିଥିଲେ । ହଜାର ହଜାର ଦର୍ଶକ ସଂlସ୍କୃତିକ କାର୍ଯ୍ଯ କ୍ରମ କୁ ମନଭରି ଉପଭୋଗ କରିଥିଲେ l
What's Your Reaction?






