ବିଦ୍ୟୁତ୍ ଆଘାତ ରେ ମହିଳାଙ୍କ ମୃତ୍ୟୁ

Oct 9, 2024 - 17:52
 0  31
ବିଦ୍ୟୁତ୍ ଆଘାତ ରେ ମହିଳାଙ୍କ ମୃତ୍ୟୁ

ବାଲିଗୁଡା :ଲୋକ ଆବାଜ.ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁଳିମରା ସାହିରେ ଆଭାବନୀୟ ଘଟଣା ଘଟିଛି l ବିଦ୍ୟୁତ ଆଘାତ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି l ମୃତ ମହିଳା ହେଲେ କୁନି ତ୍ରିପାଠୀ,ସୂଚନା ଅନୁସାରେ ଗୁଳିମରା ସାହି ର ମହିଳା ଜଣକ ବାରିପଟେ ଲୁଗା ଶୁଖାଉ ଥିବା ବେଳେ ତାର ଟି ବିଦ୍ୟୁତ ସଂସ୍ପର୍ଶ ରେ ଆସିଯିବାରୁ ଗୁରୁତର ଆହତ ଅବସ୍ଥାରେ ସ୍ଥାନୀୟ ଲୋକେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତୀ କରିଥିଲେl ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମହିଳା ଙ୍କୁ ମୃତ ଘୋଷଣା କରିଛନ୍ତି l ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ପୋଲିସ୍ ପହଞ୍ଚି ଅପମୃତ୍ୟୁ ମାମଲା ନମ୍ୱର୍ ୨୦/୨୪ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଥାନା ଭାରପ୍ରାପ୍ତ ଅଧିକାରି ଶୁଶାନ୍ତ କୁମାର ବେହେରା

What's Your Reaction?

like

dislike

love

funny

angry

sad

wow