ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

Dec 1, 2024 - 20:12
 0  6
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି : ଲୋକ ଆବାଜ୍.ଇନ୍:(ତ୍ରିନାଥ ବେଶ୍ରା ଙ୍କ ରିପୋର୍ଟ୍)

ଭବାନୀ ପାଟଣା ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘାଟନ ହୋଇଯାଇଛି | ସ୍କୁଲ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଉଦଘାଟନ କରିଥିବା ବେଳେ କ୍ରୀଡ଼ାବିତ ଦେବେନ୍ଦ୍ର ରାଉତ ଓ ସାମାଜିକ କର୍ମୀ ମନୋଜ ମିଶ୍ର ସମ୍ନାନୀତ ଅତିଥି ଭାବେ ଯୋଗ ଦେଇଥିଲେ | କ୍ରୀଡ଼ା ଛାତ୍ରଛାତ୍ରୀ ଙ୍କୁ ଶାରୀରିକ,ମାନସିକ ବିକାଶ ସହ ଶୃଙ୍ଖଳା ଜ୍ଞାନ ଶିକ୍ଷା ଦେଇଥାଏ ବୋଲି ଉପସ୍ଥିତ ସମସ୍ତ ଅତିଥି ଗଣ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ଅନୁଷ୍ଠିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ରେ ସ୍କୁଲ ର ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ | ଆସନ୍ତା ଜାନୁଆରୀ ୧୨ରେ ସ୍କୁଲ ର ବାର୍ଷିକ ଉତ୍ସବ ରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି | ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଶିକ୍ଷକ ସମ୍ପଦ ମୁଣ୍ଡ କ୍ରୀଡ଼ା ପରିଚାଳନା କରିଥିଲେ |

What's Your Reaction?

like

dislike

love

funny

angry

sad

wow