ଶକ୍ତି ଆରାଧନା ର ମୂଳଉତ୍ସ ସମଲେଇ ମନ୍ଦିର ଯୋଡ଼ା ସ୍ଥମ୍ବ ର ନବ କଳେବର

Sep 24, 2024 - 18:51
 0  16
ଶକ୍ତି ଆରାଧନା ର ମୂଳଉତ୍ସ ସମଲେଇ ମନ୍ଦିର ଯୋଡ଼ା ସ୍ଥମ୍ବ  ର ନବ କଳେବର

ସୁବର୍ଣ୍ଣପୁର:ଲୋକ ଆବାଜ.ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

 ସୋନପୁର ର ଶକ୍ତି ପୀଠ ମା ସମଲେଇ ଙ୍କ ମନ୍ଦିରରେ ନୂତନ ଯୋଡ଼ା ଖମ୍ବ ସ୍ଥାପନା ଉତ୍ସବ ପାଳନ କରଯାଇଛି l ବହୂ ପୁରାତନ ତଥା ଚୌହାନ ରାଜା ଶାସନ ସମୟ ରୁ ସ୍ଥାପିତ ମହା ପ୍ରସିଦ୍ଧ ବଳି ଯାତ୍ରା ର ଆକର୍ଷଣ ପାଲଟିଥିବା ଏହି ତନ୍ତ୍ର ମନ୍ତ୍ର ପୀଠ ର ସ୍ଥମ୍ବ (ଖମ୍ବ) ରେ ବାହୁତି ଓ ଚଣ୍ଡୀ ଆବିର୍ଭାବ ହୋଇଥାନ୍ତି l ବଳି ଯାତ୍ରା ର ପୂର୍ତ୍ତ ଶ୍ରୀ ପୁରୋହିତ ରୀତି ନୀତି ରେ ପୁଜା ଅର୍ଚ୍ଚନା କଲା ପରେ ଓ ମା ଙ୍କ ପୀଠ ରେ ଆଜି ଚଣ୍ଡୀ ଯଜ୍ଞ ସମାପନ ପରେ ପୂର୍ତ୍ତ ଙ୍କ ପୁଜା ଅର୍ଚ୍ଚନା ଦ୍ଵାରା ନୂତନ ସ୍ଥମ୍ବ ରେ ଶକ୍ତି ଆବିର୍ଭାବ କରାଯାଇ ନୁତନ ସ୍ତମ୍ବ ସ୍ଥାପନା କରାଯାଇଛି l ମୁଖ୍ୟ ପୂଜକ ଶିବ ନାରାୟଣ ପୂଜାରୀ ଚଣ୍ଡୀ ଯଜ୍ଞ ରେ ପୁଜା ଅର୍ଚ୍ଚନା କରିଥିବା ବେଳେ ପଣ୍ତିତ ଆନନ୍ଦ, ରାମାନୁଜ ପ୍ରମୁଖ ସହଯୋଗ କରିଥିଲେ l ବରୁଆ ଚନ୍ଦ୍ର ନେଗି, ସୁବାଷ ନେଗୀ, ବୈଲୋଚନଛତ୍ରିଆ , ଷଷ୍ଠୀ ବଡ ମାଳି ପ୍ରମୁଖ ଖମ୍ବ ସ୍ଥାପନା ରୀତି ନୀତି ରେ ସହଯୋଗ କରିଥିଲେ l

ଦେବୋତ୍ତର ବିଭାଗ ପକ୍ଷରୁ ଆୟୋଜିତ ଓ ଉପ ଜିଲ୍ଲାପାଳ ସୁରଜ୍ କୁମାର୍ ପଟ୍ଟନାୟକ ଙ୍କ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଆଜିର ଏହି ଉତ୍ସବ ରେ କମିଟି ର ବରିଷ୍ଠ ସଦସ୍ୟ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ସତ୍ୟ ନାରାୟଣ ତ୍ରୀପାଠୀ, ପ୍ରଦୀପ ପୁରୋହିତ, ଶେଷ ଦେବ ମେହେର, ଲଡ଼ୁ କିଶୋର ମଲ୍ଲିକ, ଉପ ଜିଲ୍ଲାପାଳ ଙ୍କ ଷ୍ଟେନୋ ସଞ୍ଜୀବ ମଲ୍ଲିକ ପ୍ରମୁଖ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ସହଯୋଗ କରିଥିଲେ l ଏବଂ ମା ଙ୍କ ଯଜ୍ଞ ପୀଠ ରେ ଦର୍ଶନ ଓ ଆଶୀର୍ବାଦ ଲାଭ କରିଥିଲେ l ଏହି ଉତ୍ସବ ପାଳନ ଯୋଗୁଁ ଆଜି ଠାରୁ ସୋନପୁର ସହର ରେ ଦଶହରା ପର୍ବ ର ପୂର୍ବ ପ୍ରସ୍ତୁତି ଭଳି ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି l

What's Your Reaction?

like

dislike

love

funny

angry

sad

wow