ବେଲଘର ହାତୀ ମୃତ୍ୟୁ ଘଟଣା ; ଭୁଲ୍‌ ରିପୋର୍ଟ ଦେବା ଆଧାରରେ ଏସିଏଫଓ ନିଲମ୍ୱିତ ...... ସୂର୍ଯ୍ୟ କାନ୍ତ ବେହେରା ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ  ହାତୀ ମୃତ ଘଟଣାର ତଦନ୍ତ ପାଇଁ ଯାଇ ଡିଏଫଓଙ୍କୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ । ହାତୀ ମୃତ ଘଟଣା ଏକ ଗୁଜବ ଏଥିରେ କୌଣସି ସତ୍ୟତା ନଥିବା ରିପୋର୍ଟରେ ଲେଖିଥିଲେ l

Jan 31, 2026 - 21:35
 0  51

ବାଲିଗୁଡା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

ବହୁ ଚର୍ଚ୍ଚିତ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ବେଲଘର ବନାଞଳରେ ହାତୀ ମୃତ୍ୟୁ ପରେ ଖଣ୍ଡ ଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣାରେ ଆଜି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ୱିତ କରାଯାଇଅଛି । ସୂର୍ଯ୍ୟ କାନ୍ତ ବେହେରା ଜାନୁୟାରୀ ୫ ତାରିଖରେ ବେଲଘର ବନାଞ୍ଚଳର ମୁଣ୍ଡୁଟି ଜଙ୍ଗଲରେ  ହାତୀ ମୃତ ଘଟଣାର ତଦନ୍ତ ପାଇଁ ଯାଇ ଡିଏଫଓଙ୍କୁ ଭୁଲ ରିପୋର୍ଟ ପ୍ରଦାନ କରିଥିଲେ । ହାତୀ ମୃତ ଘଟଣା ଏକ ଗୁଜବ ଏଥିରେ କୌଣସି ସତ୍ୟତା ନଥିବା ରିପୋର୍ଟରେ ଲେଖିଥିଲେ । ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଡିଏଫଓ ଘନଶ୍ୟାମ ମହାନ୍ତ ନିଜେ ବେଲଘର ଯିବା ପରେ ଘଟଣା ସତ୍ୟ ରିପୋର୍ଟ ପ୍ରଦାନ କରିଥିଲେ । ଏହା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ତରଫରୁ ରେଞ୍ଜର ବିନୟ ବିଶି କୁ ନିଲମ୍ୱିତ କରିଥିବା ବେଳେ ଆଜି ଭୁଲ ରିପୋର୍ଟ ପ୍ରଦାନ କରିଥିବା ଅଭିଯୋଗ ରେ ଏସିଏଫଓ ସୂର୍ଯ୍ୟକାନ୍ତ ବେହେରା ନିଲମ୍ୱିତ କରଯାଇଥିବା ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow