ବିନା ସୂଚନା ଫଳକ ରେ ନିମ୍ନ ମାନର ରାସ୍ତା କାମ ଅଭିଯୋଗ

Sep 24, 2024 - 14:41
 0  81
ବିନା ସୂଚନା ଫଳକ ରେ ନିମ୍ନ ମାନର  ରାସ୍ତା କାମ ଅଭିଯୋଗ

 ବାଲିଗୁଡ଼ା:ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

 ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳ ର ଦୁଇ ନମ୍ବର ୱାର୍ଡର ଜାମପଦା ରେ ବିନା ସୂଚନା ଫଳକ ରେ ରାସ୍ତା ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି l ସୁଚନାଯୋଗ୍ୟ ଯେ ରାସ୍ତା କାମରେ ବିନା କଂକ୍ରିଟ ରେ ରାସ୍ତା କାମ ହୋଇ ଥିବାରୁ ରାସ୍ତା ର ବିଭିନ୍ନ ସ୍ଥାନର ଦବି ଗଲାଣି l

ରାସ୍ତା କାମ ପୂର୍ବରୁ କେତେ ଟଙ୍କାର କାମ, ଆରମ୍ଭ ତାରିଖ ଶେଷ ତାରିଖ ଲେଖାଯିବା ବିଧେୟ ଥିବାବେଳେ ବିନା ସୂଚନା ଫଳକ ରେ କେମିତି କାମ ହେଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ବନ ବିଭାଗ ର ବିନା ଅନୁମତି ରେ ଗଛ କଟାଯାଇଛି l ତେବେ ନିମ୍ନ ମାନର କାମ ହେଉଥିବା ବେଳେ ଦାୟିତ୍ଵ ରେ ଥିବା ଯନ୍ତ୍ରୀ ଅନୁପସ୍ଥିତି ରହୁଥିବାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ପ୍ରତ୍ୟେକ ଉନ୍ନୟନ କାର୍ଯ୍ୟ ଅତି ନିମ୍ନ ମାନର ନିର୍ମାଣ ହେଉଥିବା ରୁ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ମିଳିତ ନାଗରିକ କମିଟି ଦାବୀ କରିଛି l

What's Your Reaction?

like

dislike

love

funny

angry

sad

wow