ଶମ୍ଭୁ ମିଳନ ପ୍ରସ୍ତୁତି ବୈଠକ

ଶମ୍ଭୁ ମିଳନ ପ୍ରସ୍ତୁତି ବୈଠକ
ମ,ରାମପୁର, ଲୋକ୍ ଆବାଜ୍. ଇନ୍ (ବ୍ୟୁରୋ)
ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାମନା ଦଣ୍ଡ ଶୁମ୍ଭୁ ମିଳନ ପାଇଁ ପ୍ରସ୍ତୁତି ବୈଠକ ଶିବ ମନ୍ଦିର ପ୍ରହରୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ସଭାପତି ରୁଦ୍ର ପ୍ରତାପ ସିଂହ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭା ରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ପୂର୍ବ ବୈଠକ ର ବିବରଣୀ ପଠନ କରିଥିଲେ । ପରେ ଅନୁଷ୍ଠିତ ବୈଠକ ରେ ଚମରା ବଗର୍ତ୍ତୀ, ରଜନୀକାନ୍ତ ମହାଖୁଡ଼, ଶିବ ପ୍ରସାଦ ଶତପଥୀ, ଧନିଷ୍ଠ ଧଙ୍ଗଡାମାଝୀ, ଲଳିତ କୁମାର ମହାଲିକ, ସସ୍ମିତା ରଥ,ଚିତ୍ତ ରଞ୍ଜନ ବାଗ, ଜଗନ୍ନାଥ ସାହୁ, ଲବ ମହାଖୁଡ, ଲଳିତ ମୋହନ ସ୍ୱାଇଁ, ରାଜୁ ମାଝୀ,ଦ୍ରୋଣାଚାର୍ଯ୍ୟ ମାଝୀ, ଉପେନ୍ଦ୍ର ମହାଖୁଡ଼, ସୁନୀଲ ବାରିକ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଆଗାମୀ ଅପ୍ରେଲ ମାସ ରେ ହେବାକୁ ଥିବା କାମନା ଦଣ୍ଡ ସମୟ ମଧ୍ୟରେ ଶମ୍ଭୁ ମିଳନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇ ଥିଲା । ଶେଷରେ ସମ୍ପାଦକ ଧନ୍ୟବାଦ୍ କରିଥିଲେ ।
What's Your Reaction?






