ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ୩ ସାମ୍ବାଦିକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ

Mar 6, 2025 - 19:00
 0  6
ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ୩ ସାମ୍ବାଦିକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ

ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘ ପକ୍ଷରୁ ୩ ସାମ୍ବାଦିକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତବଙ୍ଗୋମୁଣ୍ଡା:

ଲୋକ୍ ଆଵାଜ୍.ଇନ୍( ହୁଲେଶ୍ଵର ହଂସ)

ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଅଂଚଳ ର ୩ ଜଣ ସାମ୍ବାଦିକ ଙ୍କୁ ସାମ୍ବାଦିକ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସଂଘ ର ଉପସଭାପତି ସୁଶାନ୍ତ ବେହେରା ଜୁନାଗଡ଼ରେ ଆୟୋଜିତ "ଦର୍ଶନ" ଖବରକାଗଜର ୨୨ ବର୍ଷ ପୂର୍ତ୍ତି ଅବସରରେ ପ୍ରାଦେଶିକ ସ୍ତରୀୟ ସ୍ୱନକ୍ଷତ୍ର ଦିବସ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହୋଇଥିଲେ ।ରାଣୀପୁର ଝରିଆଲ ଶିବରାତ୍ରି ମେଳା ଓ ଚଉଷଠି ଯୋଗିନୀ ମହୋତ୍ସବ କାର୍ଯ୍ୟକ୍ରମରେ ଆମ୍ଭ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ ସକ୍ରିୟ ଭାବେ ଯୋଗଦାନ କରିଥିଲେ। ଏବଂ ସଂଘର ସମ୍ପାଦକ ହୁଲେଶ୍ୱର ହଂସ 'ଅର୍ଗସ ନ୍ୟୁଜ' ଟିଭି ଚ୍ୟାନେଲ ରେ ଚାରି ବର୍ଷ ପୂର୍ତ୍ତି କରି ପାଞ୍ଚ ବର୍ଷରେ ପଦାର୍ପଣ କରିଛନ୍ତି ।ସଂଘର କାର୍ଯ୍ୟକର୍ତାଙ୍କ ସାଙ୍ଗଠନିକ ନେତୃତ୍ୱ ତଥା ଦକ୍ଷତାର ସହ କୃତିତ୍ୱ ଲାଭ କରୁଥିବାରୁ ଉତ୍ତରୋତ୍ତର ଉନ୍ନତି କାମନା କରି ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ ସଂଘ ର କାର୍ଯ୍ୟକାରୀ ସଭାପତି ଅଶୋକନାରାୟଣ ଭୋଇ,କୋଷାଧ୍ୟକ୍ଷ ଦୀପକ ଦାସ ଯାଦବ, ସଦସ୍ୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow