ସନାତନ ଧର୍ମ ଭକ୍ତ ସମ୍ମିଳନୀ ଧର୍ମ ଜାଗରଣ

ନୂଆପଡ଼ା - ଲୋକ ଆବାଜ.ଇନ (ରାମନାଥ ପଣ୍ଡାଙ୍କ ରିପୋର୍ଟ)
ବର୍ତ୍ତମାନ ହିନ୍ଦୁତ୍ବ ରାଷ୍ଟ୍ର ଭାରତ ବର୍ଷରେ ଦେଖା ଦେଇଥିବା ଧର୍ମ ସଙ୍କଟକୁ ଆଖି ଆଗରେ ରଖି ହିନ୍ଦୁତ୍ବ ବଜାୟ ରଖିବା ପାଇଁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ଲିଟିସର୍ଗୀ ପଞ୍ଚାୟତ ଅଧିନସ୍ଥ ଅଁଳାଭଟା ମଠ ଆଶ୍ରମର ମଠ ଅଧ୍ୟକ୍ଷ ସାଧୁ ନରେଶ ଦାସଙ୍କ ତତ୍ତ୍ଵାବଧାନରେ ସନାତନ ଧର୍ମ ଭକ୍ତ ସମ୍ମିଳନୀ ଧର୍ମ ଜାଗରଣର ଚତୁର୍ଥ ତମ ବାର୍ଷିକ ଉତ୍ସବ ଆୟୋଜିତ ସଭାରେ ସାଧୁ ପ୍ରଭାକର ଦାସ (ନର୍ଲ୍ଲା ମଠ କଳାହାଣ୍ଡି )ମୁଖ୍ୟ ଅତିଥି ରୂପେ ଅଳଙ୍କୃତ ଥିବାବେଳେ ସମ୍ମାନିତ ଅତିଥି ଭାବରେ ଆଚାର୍ଯ୍ୟ କୁଞ୍ଜ ଦେବ ମନିସୀ ଗୁରୁକୁଳ ଆଶ୍ରମ ଆମସେନା,ସୁଧୀର ଚୈତନ୍ୟ ଦଶପୁର ଆଶ୍ରମ,ଅଶ୍ୱିନୀ କୁମାର ବେହେରା (ବାଳ ବ୍ୟାଙ୍କ)ବଲାଙ୍ଗୀର,ସାଧୁ ଯୋଗାନନ୍ଦ ଦାସ ପାତାଳଗଙ୍ଗା ମଠ,ଯୋଗ ଗୁରୁ ଅରବିନ୍ଦ ବେହେରା ,ବିଶିଷ୍ଟ ଅତିଥି ରୂପେ ଲମ୍ବୋଦର ନିଆଲ ପୂର୍ବତନ ଜିଲ୍ଲା ପରିଷଦ ତଥା ବି ଜେ ଡି ସାଂସଦ ପ୍ରାର୍ଥୀ କଳାହାଣ୍ଡି, କମଳ ଚରଣ ତାଣ୍ଡି (କଂଗ୍ରେସ )ବିଧାୟକ ପ୍ରାର୍ଥୀ ଖଡ଼ିଆଳ ଏବଂ ଯାଗିକ ପୂଜ୍ୟ ଶ୍ରୀ ଦୟାନନ୍ଦ ବାବା ଟେମରି ଜାମ ଝୋଲା ଆଶ୍ରମ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।ସମସ୍ତ ସାଧୁ ସନ୍ଥ ନିଜ ନିଜ ଭାଷଣରେ ଭାରତ ବର୍ଷର ଅତୀତକୁ ଉପସ୍ଥାପନ କରିବା ସହିତ ବିଶ୍ଵ ଗୁରୁ ଉପାଧି ଲଭିଥିବା ଭାରତ ଆଜି କାହିଁକି ସଙ୍କଟାପନ୍ନ ତାକୁ ବ୍ୟାଖ୍ୟା କରି ବିଭିନ୍ନ ଉଦାହରଣ ମାଧ୍ୟମରେ ହିନ୍ଦୁକୁ ଜାଗ୍ରତ କରିବା ପାଇଁ ପ୍ରୟାସ କରିଥିଲେ ।
ପୁରାଣ ,ବେଦ,ଗ୍ରନ୍ଥର ଅନେକ ବିଷୟବସ୍ତୁକୁ ପ୍ରାଞ୍ଜଳ ଭାବରେ ବୁଝାଇ ଜାତି ଧର୍ମ ବର୍ଣ୍ଣ ଭେଦ ଭାବ ନରଖି ସମସ୍ତ ହିନ୍ଦୁ ଏକତ୍ରିତ ହୋଇ ହିନ୍ଦୁତ୍ୱକୁ ବଜାୟ ରଖିବାକୁ ଜାଗ୍ରତ କରିଥିଲେ ।ବର୍ତ୍ତମାନର ସମୟରେ ଆମେ ଏକତ୍ରିତ ନହେଲେ ଆମ ହିନ୍ଦୁ ଧର୍ମ ଲୋପ ହେବାକୁ ଯାଉଥିବା କଥା କହିଛନ୍ତି ।ମଠର ପରିଚାଳନା ନିମନ୍ତେ ମଠ ଆଶ୍ରମ ପାଇଁ ଭୂମି ଦାନକର୍ତ୍ତା ଧନେଶ୍ଵର ନନ୍ଦ ଓ ତୁଳସୀ ରାମ ନାଏକ, ସମାଜ ସେବୀ ବିଜୟ କୁମାର ନନ୍ଦ,ସମିତି ସଭ୍ୟ ପବିତ୍ର ମହାନନ୍ଦ,ହରିଶ୍ଚନ୍ଦ୍ର ଭୋଇ (ସଭାପତି),ଟିକେ ସୁନ୍ଦର ଚିନ୍ଦା (ସମ୍ପାଦକ),ଭୂଷଣ ମହାନନ୍ଦ,ଜୟଧର ଭକ୍ତ,ଭୋକର୍ଦ୍ଧନ ଭକ୍ତ ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଏବଂ ଆଜି ପ୍ରତ୍ୟେକ କଥା ବୁଝୁଥିଲେ । ଶହ ଶହ ସଂଖ୍ୟାରେ ହିନ୍ଦୁ ପୁରୁଷ ଓ ମହିଳା ଧର୍ମ ଜାଗରଣ ସଭାରେ ଯୋଗଦାନ କରି ଆଗାମୀ ଦିନରେ ଭାରତ ମାତାର ସୁରକ୍ଷା ତଥା ହିନ୍ଦୁ ଧର୍ମର ରକ୍ଷା କରିବାକୁ ପ୍ରତିଶ୍ରୁତି ବଦ୍ଧ ।
What's Your Reaction?






