ସନ୍ଦେହ ଘେରରେ ଯୁବକଙ୍କ ମୃତ !! ପ୍ରେମିକା ଙ୍କୁ ଆକ୍ରମଣ କରି ଝୁଲି ପଡ଼ିଲେ

Sep 23, 2024 - 12:03
 0  83
ସନ୍ଦେହ ଘେରରେ ଯୁବକଙ୍କ ମୃତ !!  ପ୍ରେମିକା ଙ୍କୁ ଆକ୍ରମଣ କରି ଝୁଲି ପଡ଼ିଲେ

ବାଲିଗୁଡ଼ା : ଲୋକ ଆବାଜ.ଇନ୍(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

  କନ୍ଧମାଳ ରେ ଚାଞ୍ଚଲ୍ୟ ବିବାହିତା ପ୍ରେମିକା ଘରୁ ଯୁବକ ଙ୍କ ଝୁଲନ୍ତା ଅବସ୍ଥାରେ ଉଦ୍ଧାର l ମୃତ ଯୁବକ ଙ୍କ ଆକ୍ରମଣ ରେ ପ୍ରେମିକା ଗୁରୁତର l ଗତ କାଲି ବିଳମ୍ବିତ ରାତିରେ କ, ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଗାଁ ରେ ଏକ ଅଭାବନୀୟ ଘଟଣା ଘଟିଛି ଝୁଲନ୍ତା ଅବସ୍ଥାରେ ଜଣେ ଯୁବକ ଙ୍କ ମୃତ ଦେହ ସରକାରୀ କ୍ୟୁlଟର ରୁ ପୋଲିସ୍ ଉଦ୍ଧାର କରିଛି ମୃତକ ହେଲେ ଭୁବନେଶ୍ୱର ଅଞ୍ଚଳର ଜଗନ୍ନାଥ ବେହେରା l ସୂଚନା ଅନୁଯାୟୀ ଯୁବକ କୁଡୁତୁଲି ଏ.ଏନ.ଏମ ଙ୍କ ସରକାରୀ କ୍ୱ।ଟର ସ କୁ ଆସିଥିଲେ ।

  ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇ ଥିଲା ଏନ୍ ଏ ଏମ ଙ୍କ ଚିତ୍କାର ଶୁଣି ଗ୍ରାମବାସୀ ମହିଳା ଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ପୋଲିସ୍ କୁ ଖବର ଦେଇଥିଲେ ପୋଲିସ ପହଞ୍ଚି ସରକାରୀ କ୍ୟୁlଟର ରେ ଖାନ ତଲାସୀ ବେଳେ ଯୁବକ ଜଣକ ଏକ ଚୁନି ସାହାଯ୍ୟ ରେ ଝୁଲି ପଡିଥିଲେ lଝୁଲନ୍ତା ଅବସ୍ଥା ରେ ଦେଖିବକୁ ପାଇଥିଲା ଏଵଂ ଗୁରୁତର ଏନ୍ ଏମ ଏ ଏବଂ ମୃତ ଦେହକୁ ଉଦ୍ଧାର୍ କରି ଆମ୍ବୁଲାନ୍ସ ଯୋଗେ କ ନୂଆଗାଁ ମେଡିକାଲ କୁ ନେଇ ଥିଲା l ଗ୍ରାମବାସୀ ଙ୍କ କହିବା କଥା ପ୍ରେମିକ ଯୁବକ ଜଣକ ଦୀର୍ଘ ପାଞ୍ଚ ବର୍ଷ ହେବ ବିବାହିତା ପ୍ରେମିକା ଙ୍କ କ୍ୟୁlଟର କୁ ଆସୁଥିଲେ ଗତ କାଲି ଉଭୟ ଙ୍କ ମଧ୍ୟରେ କଣ ଘଟିଥିଲା ଯୁବକ ଜଣକ କାହିଁକି ବିବାହିତା ପ୍ରେମିକା ଙ୍କୁ ଆକ୍ରମଣ କଲେ କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ତଦନ୍ତ ସାପେକ୍ଷ l ଯୁବକ ଜଣକ ନିଜେ ଆତ୍ମ ହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ l କ ନୂଆଗାଁ ଥାନା ପୋଲିସ୍ ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି l

What's Your Reaction?

like

dislike

love

funny

angry

sad

wow