ସମାଜ ପ୍ରତି କୃତଘ୍ନ ନ ହୋଇ ଶିଶୁ ମାନେ ଭବିଷ୍ୟତ ରେ କୃତଜ୍ଞ ହୁଅ*- *ରାଜ୍ଯ ସଭା ସାଂସଦ ନିରଞ୍ଜନ ବିଶି*-
ବଲାଙ୍ଗୀର: ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରୀପାଠୀ)
ବଲାଙ୍ଗିର ପି ପି ଏକାଡେମୀ ଠାରେ ଶିଶୁ ବିକାଶ କେନ୍ଦ୍ର ବଲାଙ୍ଗିର ର ୪୧ତମ ପ୍ରତିଷ୍ଠା ଦିବସ ମାଣିକ ଜୟନ୍ତୀ ଉଦଯାପନୀ ସମାରୋହ ପାଳିତ ହୋଇ ଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ଡିଜିଟାଲ ଯୁଗ ରେ ଆଜିର ଶିଶୁ କୁ ସ୍ମାର୍ଟ ଦିଗରେ ସଦ୍ ମାର୍ଗରେ ଯିବାକୁ ଆମେ ପରାମର୍ଶ କରିବା, ଯେମିତି ଶିଶୁ ମାନେ ଭବିଷ୍ୟତ ରେ ସମାଜ ପ୍ରତି କୃତଘ୍ନ ନ ହୋଇ କୃତଜ୍ଞ ହେବେ , ଯଶ ଅର୍ଜନ କରିବେ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନ ର ଉପଦେଷ୍ଟା ଜଗଦା ନନ୍ଦ ଛୁରିଆ, ଡଃ ଜୋଷ୍ଣା ମୟୀ ମହାପାତ୍ର, ସଂପାଦକ ମଧୁ ସାହୁ, ମୂଖ୍ୟ ବକ୍ତା ଭାବେ ଡଃ ସଙ୍ଗୀତା ରଥ, ଯୋଗ ଦେଈ ଆଜିର ଏ ଉତ୍ସବ ଏ ପ୍ରେରଣା ଶିଶୁ ଙ୍କୁ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ଗଢି ତୋଳିବ ବୋଲି କହିଥିଲେ l ମଦନ ମୋହନ ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଟିତ ଏହି ସଭାକୁ ପ୍ରାଧ୍ୟାପକ ପ୍ରେମ ଚାନ୍ଦ ମହାନ୍ତି ସଂଯୋଜନା କରିଥିଲେ l ସମାଜ ସେବୀ ତରୁଣ ପରିଛା, ଜଗଦା ନନ୍ଦ ଛୁରିଆ, ଯୋଷ୍ଣା ମୟୀ ମହାପାତ୍ର, ଓ ଅନ୍ତର୍ଜାତୀୟ ନୃତ୍ୟକୁ ଶିଳ୍ପୀ ପ୍ରିୟଙ୍କା ସାହୁ, ଆସ୍ମି ମିଶ୍ର, ସସ୍ମିତା ମିଶ୍ର ଙ୍କ ସମେତ ଅନେକ ଶିଶୁ ପ୍ରତିଭା, କଳାକାର ଓ ବିଭିନ୍ନ ବର୍ଗ ର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଧିତ କରାଯାଇଥିଲା l ପ୍ରକାଶ ଥାଉ କି ଯେ ଏ ଅନୁଷ୍ଠାନ ପକ୍ଷରୁ ଲୋକ ଙ୍କ ସ୍ୱାସ୍ଥ୍ୟ ସଚେତନତା ପାଇଁ ଫିଟ୍ ରହିବା ପାଇଁ ସାରା ଭାରତ ରେ ସାଇକଲ ଯାତ୍ରା କାର୍ଯ୍ଯ କ୍ରମ, ବିଭିନ୍ନ ଜାତୀୟ ଦିବସ ରେ ଶିଶୁ ସ୍ୱାସ୍ଥ୍ୟ ପ୍ରତିଯୋଗୀତା , ବିଭିନ୍ନ ପ୍ରତିଯୋଗିତା ଆୟୋଜନ ସହ ଅନେକ ଜାଗାରେ ଚାରା ରୋପଣ , ପ୍ରତିଭା ସମ୍ମାନ କାର୍ଯ୍ଯ କ୍ରମ ସମେତ ବିଭିନ୍ନ ସେବା ଓ ସାମାଜିକ କାର୍ଯ୍ଯ କ୍ରମ ଆୟୋଜନ କରା ଯାଉଥିବା ସୁଚନା ମିଳିଛି l
What's Your Reaction?