ସରକାରୀ ଜମିକୁ ନିଜର କହି ବିକି ଦେଇଥିଲେ ଜମି ମାଫିଆ, ପୁଣି ନିଜ ଅଧିନକୁ ନେଲା ପ୍ରଶାସନ l, ଆର୍. ଟି. ଓ ଙ୍କୁ ହସ୍ତାନ୍ତର l

Sep 28, 2026 - 20:31
 0  18
ସରକାରୀ ଜମିକୁ ନିଜର କହି ବିକି ଦେଇଥିଲେ ଜମି ମାଫିଆ, ପୁଣି ନିଜ ଅଧିନକୁ ନେଲା ପ୍ରଶାସନ l, ଆର୍. ଟି. ଓ ଙ୍କୁ ହସ୍ତାନ୍ତର l

ବାଲିଗୁଡ଼ା:୨୮/୯(ଲୋକ ଆବାଜ୍. ଇନ୍/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା   ମୌଜା  ସମେତ   ଏନଏସିର  ନୁଆସାହି  ଦଣ୍ଡପଦର  ପଣସପଡି  ଗୁଳିମରା   ମୁଣ୍ଡାସାହି  ଆଦି ବସ୍ତିରେ  ଜମି ମାଫିଆ ବେଶ ସକ୍ରିୟ ହୋଇ  ବଡ  ବଡ  ଅଟ୍ଟାଳିକା ନିର୍ମାଣ କରି  ଵିକ୍ରୟ  ଓ  ଭଡା ସୂତ୍ରରେ  ଦେଇ  ଲକ୍ଷ ଲକ୍ଷ ଟଙ୍କା ରୋଜଗାର  କରୁଥିବା ମଧ୍ଯ  ଅଭିଯୋଗ ହେଉଛି ପରେ  ବିଭିନ୍ନ ଗଣମାଧ୍ୟମରେ ଖବର   ପ୍ରକାଶ ପାଇଥିଲା ଏହାପରେ  ଆକ୍ସନ ମୋଡ଼ରେ ତହସିଲଦାର 

, ବାଲିଗୁଡ଼ା ଏନ୍ ଏ ସି ର   ବିଭିନ୍ନ ୱାର୍ଡରେ  ହୋଇଥିବା  ସରକାରୀ ଜମି ବେ ଦଖଲ ଉପରେ ଉଛେଦ ହୋଇ ସରକାରୀ ଖାତାକୁ ଫେରିଛି ବାଲିଗୁଡ଼ା ମୌଜା ର ଖାତା ନମ୍ବର 771( ସରକାରୀ ଖାତା) ପ୍ଲଟ ନମ୍ବର 3010/ 4196 ପତିତ କିସମ ହେ ୦.630 ଆର୍ ସରକାରୀ ଜମି ସେଟେଲମେଣ୍ଟ ସମୟରୁ ସରକାରୀ ଖାତାରେ ରେକର୍ଡ ଭୁକ୍ତ ଥିଲା, ହେଲେ ଦଣ୍ଡପଦର ଅଞ୍ଚଳ ର ଜଣେ ଜମି ମାଫିଆ ମୋ ଜମି କହି ଲୋକଙ୍କ ଠାରୁ ପଇସା ଆଣିଥିବା ନେଇ ଚର୍ଚ୍ଚା ହେଉଛି, ବର୍ତ୍ତମାନ ସେହି ଜମି କୁ ତହସିଲ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି, ବର୍ତ୍ତମାନ ସେହି ସ୍ଥାନରେ ଆର୍.ଟି.ଓ ନିଜ ଅଧିନକୁ ନେଇ ଉନ୍ନୟନ କାର୍ଯ୍ୟ କରିବେ ବୋଲି ଜଣା ପଡିଛି l ବାଲିଗୁଡ଼ାରେ ସତୁରୀ ପ୍ରତିଶତ ସରକାରୀଜମିଉପରେ ବେଆଇନ କୋଠା ନିର୍ମାଣହୋଇଛି ପର୍ଯ୍ୟାୟକ୍ରମେ ବେଆଇନ ଦଖଲ ଉଚ୍ଛେଦ କରି ସମସ୍ତ ସରକାରୀ ଜମି ସରକାରୀ ଖାତାକୁ ଫେରିବ ଓ ପର୍ଯ୍ୟାୟ କ୍ରମେ ଭୂମୀ ହିନ ଗରୀବ ବାସସ୍ଥାନ ନିମନ୍ତେ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ଦୀପ୍ତି ପ୍ରକାଶ ବେହେରା ପ୍ରକାଶ କରିଛନ୍ତି l ଯୁବ ଓ ଏ ଏସ ତଥା ତହସିଲଦାର ଦୀପ୍ତି ପ୍ରକାଶ ବେହେରା ସ୍ୱଳ୍ପସମୟମଧ୍ୟରେ ସହର ର ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିବାରୁ ସହରବାସୀ ସାଧୁବାଦ୍ ଜଣାଇଥିବା ବେଳେ ହାତ ଗଣତି କିଛି  ଜମି ମାଫିଆ ଙ୍କ ଆଖିରୁ ନିଦ ହଜି ଯାଇଛି ମାଫିଆ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି l l ଏପଟ ଜମି ଦଲାଲ୍ ଙ୍କ ଠାରୁ ଆର୍.ଟି.ଓ ଜମି କିଣି  ଥିବା ଲୋକ  କିପରି ନିଜର ଲକ୍ଷ ଲକ୍ଷ ଟଙ୍କା ଫେରସ୍ତ ପାଇବେ ସେ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି l ବର୍ତ୍ତମାନ ଜମି ମାଫିଆ ବେଆଇନ୍ ଭାବେ  ଲକ୍ଷ ଲକ୍ଷ ଟଙ୍କା ଅର୍ଜନ କରି ବିଳାସ ମୟ ଜୀବନ ବିତାଉଥିବା ସାଧାରଣରେ ଚର୍ଚାର ବିଷୟ ପାଲଟିଛି l ତେବେ ଏହି ବେଆଇନ୍ ଜବରଦଖଲ ଉଚ୍ଛେଦ ପାଇଁ ବାରମ୍ବାର ମିଳିତ ନାଗରିକ କମିଟି , ବାଲିଗୁଡା ବାସିନ୍ଦା ଦାବୀ ଉଠାଇ ଆସୁଥିଲେ l ସରକାରୀ ଜମିକୁ ବିକ୍ରୀ କରୁଥିବା ଜମି ମାଫିଆ ଙ୍କ ବିରୋଧ ରେ ପ୍ରଶାସନ କେବେ କାର୍ଯ୍ୟାନୁଷ୍ଠାନ ନେବେ ତାହା ସମସ୍ତ ଙ୍କ ରହିଛି ନଜର l

What's Your Reaction?

like

dislike

love

funny

angry

sad

wow