ସାମ୍ୱାଦିକ ଙ୍କ ପାଇଁ ଲଜ୍ଜ୍ୟା ମଦ ଚାଲାଣ ଅଭିଯୋଗ ପରେ ଜେଲ ଯାଇ ଜାମିନ ରେ ବାହାରିଲେ ପାଞ୍ଚ ୱେବ ସାମ୍ୱାଦିକ
ବାଲିଗୁଡା :ଲୋକ ଆବାଜ. ଇନ/ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)
-ନେପାଳ ରୁ କନ୍ଧମାଳ ଜିଲ୍ଲା କୁ କାର ରେ ବେଆଇନ ମଦ ଚାଲାଣ କରୁଥିବା ବେଳେ ପାଞ୍ଚ ୱେବ ସାମ୍ବାଦିକ ଗିରଫ l ମଦ ଚାଲାଣ କରୁଥିବା ବେଳେ କାର କୁ ଜବତ କରିବା ସହ ପାଞ୍ଚ ୱେବ ସାମ୍ବାଦିକ କୁ ଗିରଫ କରିଛି ବିହାର ରାଜ୍ୟର କିଷାନଗଞ୍ଜ ଅବକାରୀ ବିଭାଗ l କିଷାନଗଞ୍ଜ ଥାନା ଫାରିଗଲା ଉତ୍ପାଦ ଯାଞ୍ଚ ପୋଷ୍ଟ ନିକଟରେ ଅବକାରୀ ଅଧିକ୍ଷକ ଦେବେନ୍ଦ୍ର ପ୍ରସାଦ ଙ୍କ ନେତୃତ୍ୱ ରେ ଅବକାରୀ ଟିମ ଚଢ଼ାଉ କରି ପାଞ୍ଚ ଜଣ ୱେବ ସାମ୍ବାଦିକ କୁ ଗିରଫ କରିଛି l ନେପାଳ ରୁ ପଶ୍ଚିମବଙ୍ଗ ଦେଇ ମଦ ଚାଲାଣ କରୁଥିବା ବେଳେ ବିହାର କିଷାନଗଞ୍ଜ ଥାନା ଅନ୍ତର୍ଗତ ଫାରିଗଲା ଅବକାରୀ ଯାଞ୍ଚ ପୋଷ୍ଟ ନିକଟରେ ଅତ୍ୟଧିକ ମଦ୍ୟପାନ କରିବା ସହ ବେଆଇନ ଭାବେ ମଦ ଚାଲାଣ କରୁଥିବା ନେଇ ଅବକାରୀ ବିଭାଗ ପାଞ୍ଚ ୱେବ ସାମ୍ବାଦିକ କୁ ଗିରଫ କରିଥିବା ଜଣା ପଡିଛି l ଗିରଫ ପାଞ୍ଚ ୱେବ ସାମ୍ବାଦିକ ହେଲେ ବାଲିଗୁଡା ର ଚିତ୍ତ ରଞ୍ଜନ ନାୟକ,ଫିଲିପ କୁମାର ଦିଗାଲ,ବନବାସୀ ପ୍ରଧାନ, ପଦ୍ମନାଭ ପାଣିଗ୍ରାହୀ ଓ ମିହିରକାନ୍ତ ମିଶ୍ର l ଗିରଫ ପାଞ୍ଚ ୱେବ ସାମ୍ବାଦିକ ଓଡିଶା ପ୍ରେସ କ୍ଳବ ର ସଦସ୍ୟ ହୋଇଥିବା ବେଳେ ନୂତନ ବର୍ଷ ପାଳନ କରିବାକୁ ଯାଇ ନେପାଳ ରୁ କନ୍ଧମାଳ ବାଲିଗୁଡା କୁ ବେଆଇନ ମଦ ଚାଲାଣ କରୁଥିବା ବେଳେ ଅବକାରୀ ବିଭାଗ ହାତରେ ବନ୍ଧା ହୋଇଛନ୍ତି l କିସାନଗଞ୍ଜ ଅବକାରୀ ବିଭାଗ ଏ ନେଇ 18/2026 ରେ ଏକ ମାମଲା ରୁଜୁ କରିବା ସହ ପାଞ୍ଚ ୱେବ ସାମ୍ବାଦିକ କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା, ବେଲ ରେ ଫେରି ପୁଣି ମୁଁହ ଫୁଟାଣି ଦେଖିବାକୁ ମିଳିଛି
What's Your Reaction?