ସୋନପୁର ଛିନଛାନ୍ ଡୁଙ୍ଗୁରୀ (ଶୈନଗିରୀ) ଠାରେ ମକର ଉତ୍ସବ ପାଳନ*- *ଆଧ୍ୟାତ୍ମିକତାରେ ମୁଗ୍ଧ ହଜାର ଭକ୍ତ*-
ସୁବର୍ଣ୍ଣପୁର :ଲୋକ ଆବାଜ. ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଛିନଛାନ୍ ଡୁଙ୍ଗୁରୀ ସିଦ୍ଧପୀଠ ବା ଶକ୍ତି ପୀଠ ଶୈନଗିରୀ ର ପବିତ୍ର ଓ ପ୍ରାକୃତିକ ସୋନ୍ଦର୍ଯ୍ୟ ମୟ ପରିବେଶରେ ପବିତ୍ର ମକର ଉତ୍ସବ ପାଳନ କରା ଯାଇଛି। ଦିବ୍ୟ ଶକ୍ତିର କେନ୍ଦ୍ର ଭାବେ ପରିଚିତ ବାବା ସିଦ୍ଧେଶ୍ୱରଙ୍କ ପରିସରରେ ଏହି ଅବସରରେ ଅଖଣ୍ଡ ଅଷ୍ଟପ୍ରହରୀ ନାମଯଜ୍ଞ,ଘୃତଯଜ୍ଞ ସହ ଭଜନ,ପ୍ରବଚନ ଓ ସାଧୁ ସମାବେଶ ଆୟୋଜିତ ହୋଇଥିଲା।ସାଧୁ-ସନ୍ଥ ଓ ଭକ୍ତମାନଙ୍କ ଭିଡ଼ରେ ଶୈନଗିରୀ ସାରାଦିନ ଧରି ହରିନାମ ସଂକୀର୍ତ୍ତନର ଧ୍ୱନିରେ ପ୍ରତିଧ୍ୱନିତ ହେଉଥିଲା। ସାଧୁ ସେବକ ରାମଦାସଙ୍କ ମୁଖ୍ୟ ଅଧ୍ୟକ୍ଷତାରେ ଆୟୋଜିତ ଏହି ଧର୍ମାନୁଷ୍ଠାନରେ ବାବା ସତ୍ୟଦେବ ଦାସ ସହ ଅନ୍ୟାନ୍ୟ ସାଧୁ ମହାତ୍ମାମାନେ ଯୋଗଦେଇ ଧର୍ମ,ଆଧ୍ୟାତ୍ମିକତା ଓ ମାନବୀୟ ମୂଲ୍ୟବୋଧ ସମ୍ପର୍କରେ ପ୍ରବଚନ ପ୍ରଦାନ କରିଥିଲେ। ତାଙ୍କ ଆଶୀର୍ବଚନରେ ହଜାର ହଜାର ଭକ୍ତ ଆତ୍ମିକ ସନ୍ତୋଷ ଓ ଶାନ୍ତି ଅନୁଭବ କରିଥିଲେ।ଏହି ପବିତ୍ର ଅନୁଷ୍ଠାନର କର୍ତ୍ତା ଭାବେ ବିଜୟ ନାୟକ ଓ ଅନ୍ନପୂର୍ଣ୍ଣା ନାୟକ ସପତ୍ନୀକ ନିଷ୍ଠା ଓ ଭକ୍ତି ସହ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ସମଗ୍ର ଆଧ୍ୟାତ୍ମିକ ଓ ଧର୍ମୀୟ ସମାରୋହକୁ ସୁଚାରୁ ରୂପେ ଶତାଧିକ ଗ୍ରାମବାସୀ ପରିଚାଳନା କରିଥିଲେ।ନାମଯଜ୍ଞ ସମ୍ପାଦନ ଓ ଅନୁଷ୍ଠାନକୁ ସଫଳ କରିବାରେ ପ୍ରଦୀପ ଶଙ୍ଖୁଆ, ଭଗବାନ ପଧାନ,ଷଷ୍ଠୀ ସାହୁ,ସପନ ଝାଙ୍କର,ତ୍ରିଲୋଚନ ପଧାନ, ଦିଲ୍ଲୀପ ପାତ୍ର,ସୁଦାମ ମେହେର,ମୋହନ ଭୋଇ,ଛବି ମଲ୍ଲିକ,ଶଙ୍କର ବିଶି,ରାମ ନାରାୟଣ ଭୋଇ,ସେଣୁଧର ପ୍ରଧାନ ଓ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କର ଅବଦାନରେ ଏହି ଉତ୍ସବ ସଫଳତାର ସହ ସମାପନ ହୋଇଥିଲା । ସମଗ୍ର ମକର ଉତ୍ସବ ଶୈନଗିରୀ କୁ ଏକ ଦିବ୍ୟ ଓ ଭକ୍ତିମୟ ଧାମରେ ପରିଣତ କରିଥିବାବେଳେ,ଏହା ଧର୍ମପ୍ରାଣ ଭକ୍ତମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ସଚେତନତା ବୃଦ୍ଧି କରିଥିବା ଦେଖାଯାଇଛି ।
What's Your Reaction?