ସୁବର୍ଣ୍ଣଗିରୀ ରେ ମାଣିକେଶ୍ୱରୀ ଙ୍କ ବାଲିଯାତ୍ରା ମହୋତ୍ସବ ସମାପନ

Sep 21, 2024 - 21:52
 0  79
ସୁବର୍ଣ୍ଣଗିରୀ ରେ ମାଣିକେଶ୍ୱରୀ ଙ୍କ ବାଲିଯାତ୍ରା ମହୋତ୍ସବ ସମାପନ

ବାଲିଗୁଡ଼ା :ଲୋକ ଆବାଜ. ଇନ(ପ୍ରମୋଦ କୁମାର ଦଣ୍ଡସେନା ଙ୍କ ରିପୋର୍ଟ)

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ସୁବର୍ଣ୍ଣଗିରୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀ ଅଠର ଗାଡିଆ ଭୀମା ଙ୍କ ବାଲିଯାତ୍ରା ମହୋତ୍ସବ ମହା ଆଡ଼ମ୍ବର ସହକାରେ ପାଳିତ ହୋଇ ଯାଇଛି l ମାଆ ଙ୍କ ଦର୍ଶନ ଓ ଏହି ବାଲିଯାତ୍ରା କୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ l

 ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ନୂଆଁଖାଇ ଦିନ ଠାରୁ ବାର ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହୋଇ ଶୁକ୍ରବାର ଦିନ ଯାତ୍ରା ସମାପନ ହୋଇଥିଲା l ମାନସିକଧାରୀ ଓ ଶ୍ରଦ୍ଧାଳୁ ଭକ୍ତମାନେ ନିର୍ଜଳା ଉପବାସ ରହି ମାଆ ମାଣିକେଶ୍ୱରୀ ଙ୍କ ଆରାଧନା କରିଥିଲେ l ମାନସିକଧାରୀ ଗଜ ମୁଆ କୁକୁଡ଼ା ବୋଦା ମାଆ ଙ୍କ ପୀଠରେ ବଳୀ ଦେଇଥିଲେ l ଯାତ୍ରାର ପ୍ରଥମ ଦିନରେ ମୂଖ୍ୟ ପୂଜକ କପିତନ ପୂଜାରୀ ମୂଖ୍ୟ ପୁରୋଧା ପ୍ରକାଶ ପାତ୍ର ଙ୍କ ଘରୁ ସଂଗୃହିତ ବାର ପ୍ରକାର ଶସ୍ୟକୁ ଭଜା ଯାଇ ପୂଜାର୍ଚ୍ଚନା ପରେ ଗଜା ପାଇଁ ରଖାଯାଏ ପରେ ମାଆ ବାର ଦିନ ଧରି ସାହି ଭ୍ରମଣ କରି ପୀଠ କୁ ଫେରନ୍ତି l ଯାତ୍ରାର ଶେଷ ଦିନରେ ମାଆ କଣ୍ଟାପୀଡା ରେ ବସିବା ସହିତ ଝାମୁ ନିଆଁରେ ଚାଲନ୍ତି l ମାଆ ଙ୍କ ଆଦେଶ ଅନୁସାରେ ଭକ୍ତ ଓ ଶ୍ରଦ୍ଧାଳୁ ରଡ ଝାମୁ ନିଆଁରେ ଚାଲନ୍ତି କିନ୍ତୁ ମାଆ ମାଣିକେଶ୍ୱରୀ ଙ୍କ କୃପାରୁ ଶୀତଳ ଜଳ ଉପରେ ଚାଲିବା ଭଳି ଅନୁଭବ ହୁଏ l ଏହା ଏକ ସର୍ବ ପ୍ରାଚୀନ ପାରମ୍ପରିକ ଯାତ୍ରା ଏହି ଯାତ୍ରା କେଉଁ ଆଦି ଅନାଦୀ କାଳରୁ ଅନୁଷ୍ଠିତ ହେଉଛି ବୋଲି ମୁଖ୍ୟ ପୁରୋଧା ପ୍ରକାଶ ପାତ୍ର କହିଛନ୍ତି l ସର୍ବ ପ୍ରଥମେ ପ୍ରକାଶ ପାତ୍ର ଙ୍କ ବଂଶଧର ରାଜା ସୁର ସିଂ ବାହାଦୁର ପାତ୍ର ଏହି ଯାତ୍ରା ଆରମ୍ଭ କରିଥଲେ ପର୍ଯ୍ୟାୟ କ୍ରମେ ତାଙ୍କ ବଂଶଧର ସମେତ ଗ୍ରାମଵାସୀ ମିଳିତ ଭାବେ ଏହି ଯାତ୍ରା କରି ଆସୁଛନ୍ତି l ବିଶ୍ବାସ ରହିଛି ଯେ ଏହି ଯାତ୍ରା କଲେ ଗାଁ ରେ ବିପତ୍ତି ପଡେ ନାହିଁ ଧନ ଧlନ୍ୟ ଗୋପଲକ୍ଷ୍ମୀ ରେ ପୁରିଉଠେ ଏବଂ ଗାଁ ରେ ଶାନ୍ତି ବିରାଜମାନ କରେ l ସନ୍ଧ୍ୟା ରେ ଚିତ୍ତlର୍ଷକ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମ କୁ ମାଣିକେଶ୍ଵରୀ ବାଲିଯାତ୍ରା ମହୋତ୍ସବ କମିଟି ର ସଭାପତି କିଶୋର ଚନ୍ଦ୍ର ବେରୁକ, ଡୁନୁ ପାତ୍ର, ମାଣିକେଶ୍ୱରୀ ଯୁବକ ସଂଘ, ଆୟୋଜନ କରିଥିଲେ l

What's Your Reaction?

like

dislike

love

funny

angry

sad

wow