ବାଲିଗୁଡା ରେ 76ତମ ବନମହୋତ୍ସବ ରେ ମାଆ ଙ୍କ ପାଇଁ ଗଛ ଲଗାଇଲେ ବିଧାୟକ l
କନ୍ଧମାଳ ଜିଲ୍ଲା ବାଲିଗୁଡା ରେ 76ତମ ବନ ମହୋତ୍ସବ ଅବସରରେ ମାଆ ଙ୍କ ପାଇଁ ଗଛ ଲଗାଇଲେ ବାଲିଗୁଡା ବିଧାୟକ ଚକ୍ର ମଣି କହଁର ଏଵଂ ପାରମ୍ପରିକ ଆଦିବାସୀ ବାଦ୍ୟ ନୃତ୍ୟ ର ତାଳେ ତାଳେ ନୃତ୍ୟ ପ୍ରଦର୍ଶନ କରୁ ଥିବା ଦେଖିବାକୁ ମିଳିଥିଲା ଲବାଲିଗୁଡ଼ା ଡିଭିଜନ ର ବାଲିଗୁଡା ବନାଞ୍ଚଳ ପକ୍ଷରୁ ଲଦାମିଲା ଗାଁ ରେ ଆୟୋଜିତ ବନ ମହୋତ୍ସବ ସପ୍ତାହ ର ଷଷ୍ଠ ଦିବସ ରେ ବାଲିଗୁଡ଼ା ଡି ଏଫ୍ ଓ ବିଶ୍ବରାଜ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନରେ ଆୟୋଜିତ ବନ ମହୋତ୍ସବ କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ ବାଲିଗୁଡା ଏନ ଏ ସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ସ୍ଥାନୀୟ ଜିଲ୍ଲା ପରିଷଦ ସଦସ୍ୟ ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ ଏବଂ କଂଧମାଳ ଜିଲ୍ଲା ବାଲିଗୁଡ଼ା ଡିଭିଜନ ଅଞ୍ଚଳ ରେ ପୋଡୁ ଚାଷ ରୁ ନିବୃତ ରହି ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଥିଲେ ଆମନ୍ତ୍ରିତ ଅତିଥି ଗଣ l ଏ ସି ଏଫ୍ ଓ ସୂର୍ଯ୍ୟ ବେହେରା,ରେଞ୍ଜର ଡି ସୁବାଷ ଚନ୍ଦ୍ର ଫରେଷ୍ଟର ପ୍ରଭାତ କୁମାର ଦୋରା , ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ l
What's Your Reaction?






