ଗ୍ରାମ ପଂଚାୟତ ର ଉନ୍ନୟନ ପ୍ରକଳ୍ପ ସମୁହ ର ମଞ୍ଜୁରୀ ପାଇଁଁ ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ସରପଞ୍ଚ

ସୁବର୍ଣ୍ଣପୁର ୨୪.୦୯ ଲୋକ ଆବାଜ.ଇନ(ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ବୀରମହାରାଜ ପୁର ବ୍ଳକ ରେ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଅନ୍ୟା ଦାସ ଙ୍କୁ ଭେଟି ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ସାମୁହିକ ଉନ୍ନୟନ ପ୍ରକଳ୍ପ ମଞ୍ଜୁରୀ ରେ ହେଉଥିବା ଅହେତୁକ ବିଳମ୍ବ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜୀବନ ଜୀବିକା ବୃଦ୍ଧି ପାଇଁ ବ୍ୟକ୍ତିଗତ ସହାୟତା ପ୍ରକଳ୍ପ ମଞ୍ଜୁରୀ ପାଇଁ ପ୍ରଶାସନ ର ଟାଳଟୁଳ ନୀତି ଯୋଗୁଁ ସେ ଜନତା ଓ ୱାର୍ଡ ମେମ୍ବର ଙ୍କ ଅସନ୍ତୋଷ କୁ ସାମ୍ନା କରୁଥିବା ଓ ନିର୍ବାଚନ ପ୍ରତିଶ୍ରୁତି ପାଳନ ରେ ନିଜର ବିଫଳତା ନେଇ ଆପତ୍ତି ସମ୍ମିଳିତ ଅଭିଯୋଗ କରିଥିଲେ l ଜିଲ୍ଲାପାଳ ଉଫୁଲା ଗ୍ରାମ ପଂଚାୟତ ର ଉନ୍ନୟନ ପ୍ରକଳ୍ପ ସମୂହ ଯଥାର୍ଥତା ଭିତ୍ତି ରେ ଶୀଘ୍ର ମଞ୍ଜୁରୀ ପାଇଁ ପ୍ରଶାସନିକ ନିର୍ଦେଶ ଦେଇଥିଲେ l ସରପଞ୍ଚ ପ୍ରଶାସନ ସହ କରିଥିବା ବିଭିନ୍ନ ସମୟର ପତ୍ରାଳାପ କପି ସମୂହ ସଂଲଗ୍ନ କରି ନୂତନ ଆପତ୍ତି ସମ୍ମିଳିତ ଅଭିଯୋଗ ପ୍ରଦାନ କରି ଥିଲେ l ଜିଲ୍ଲାପାଳ ତାଙ୍କ ଆପତ୍ତି ର ଆଶୁ ପଦକ୍ଷେପ ଗ୍ରହଣ କରି ଥିବା ସରପଞ୍ଚ ଶ୍ରୀୟା କର୍ମୀ ପ୍ରକାଶ କରିଛନ୍ତି l
What's Your Reaction?






