ସୁବର୍ଣ୍ଣପୁର ଜିଲ୍ଲା ରେ କ୍ରପ୍ ସର୍ଭେ ଯୋଜନାର ସମୀକ୍ଷା ’

Sep 4, 2024 - 20:53
 0  7
ସୁବର୍ଣ୍ଣପୁର ଜିଲ୍ଲା ରେ କ୍ରପ୍ ସର୍ଭେ ଯୋଜନାର ସମୀକ୍ଷା ’

ସୁବର୍ଣ୍ଣପୁର, ଲୋକ ଆବାଜ୍ . ଇନ୍ (ମନୋ ରଞ୍ଜନ ତ୍ରୀପାଠୀ ଙ୍କ ରିପୋର୍ଟ)

ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାରେ ଡିଜିଟାଲ କ୍ରପ୍ ସର୍ଭେ ଯୋଜନାର ଅଗ୍ରଗତି କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ 

ଡିଜିଟାଲ କ୍ରପ ସର୍ଭେ, ଫାର୍ମର ଆଇଡି ପ୍ରସ୍ତୁତି, ପିଏମ କିଶାନ ଯୋଜନାର ଅଗ୍ରଗତି ଓ ତଦଜନିତ ବିଭିନ୍ନ ସୁବିଧା ଅସୁବିଧା ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ , ପଞ୍ଚାୟତି ରାଜ ଓ ରାଜସ୍ବ ବିଭାଗର ସମନ୍ୱୟ ରେ ଅନୁଷ୍ଠିତ ଏହି ସର୍ଭେ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ କରିବାକୁ ଜିଲ୍ଲାପାଳ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି। ପୁନଶ୍ଚ ଫସଲ ସର୍ଭେକ୍ଷଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ କୃଷି ବିଭାଗର ଉପରୋକ୍ତ ସମସ୍ତ ଯୋଜନାରେ ଜିଲ୍ଲାର କୃଷକ ମାନଙ୍କୁ ନିର୍ଭୁଲ ତଥ୍ୟ ସହ ବହୁ ସଂଖ୍ୟାରେ ସାମିଲ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଯୋଜନା ଗୁଡିକର ସୁଫଳ ସେମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାପାଳ ଶ୍ରୀମତୀ ଦାସ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସମସ୍ତ କୃଷକ ସଠିକ ତଥ୍ୟ ପ୍ରଦାନ ପୂର୍ବକ ସର୍ଭେକାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭୁତି ଭୂଷଣ ମିଶ୍ର, ଜିଲ୍ଲା କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା, ସମସ୍ତ ବି ଡି ଓ, ସମସ୍ତ ତହସିଲଦାର, ଡି ଆର ସି ଏସ, ଏ ଆର ସି ଏସ, ସମ୍ପୃକ୍ତ ନୋଡାଲ ଅଫିସର, ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ।

What's Your Reaction?

like

dislike

love

funny

angry

sad

wow