ବୌଦ୍ଧ-କନ୍ଧମାଳ ଜିଲ୍ଲାର ସିମାନ୍ତ ଟୁଡିବାହାଲ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ମାଓ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କଲେ ଏସ୍ଓଜି ଜବାନ,

କଣ୍ଟାମାଳ: ଲୋକ ଆବାଜ୍.ଇନ(ପୂର୍ଣ୍ଣ ଚରଣ ସାହୁ ଙ୍କ ରିପୋର୍ଟ)
ବୌଦ୍ଧ-କନ୍ଧମାଳ ଜିଲ୍ଲାର ସିମାନ୍ତ ଘଣ୍ଟାପଡ଼ା ଥାନାର ଉମା ପଞ୍ଚାୟତ ଅନ୍ତର୍ଗତ ଟୁଡିବାହାଲ ଜଙ୍ଗଲରେ ଏସ୍ଓଜି ଜବାନଙ୍କ ଦ୍ଵାରା ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ମିଳିଛି । ଏନେଇ ଘଣ୍ଟାପଡ଼ା ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସୂଚନା ଅନୁସାରେ ଖବର ପାଇ ସୋମବାର ୨୮ବାଟାଲିୟନର ଏସ୍ଓଜି ଜବାନ ସିଧା ଟୁଡିବାହାଲ ଜଙ୍ଗଲକୁ ଯାଇଥିଲେ। ହେଲେ କୌଣସି ମାଓବାଦୀଙ୍କୁ ଦେଖିନଥିଲେ। ବୋଧହୁଏ ଜବାନଙ୍କୁ ଦେଖି ସେମାନେ ପଳାୟନ କରିଥାଇ ପାରନ୍ତି। କିନ୍ତୁ ସର୍ଚ୍ଚ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ କରିଥିଲେ।ସେଠାରୁ ମାଓବାଦୀଙ୍କ ପୋଷକ , ଔଷଧ, ସାଲାଇନ, ବିସ୍ଫୋରକ ଦ୍ରବ୍ୟ ଜବତ କରିଥିଲେ। ଏନେଇ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସହିତ ଯୋଗାଯୋଗ ହୋଇପାରିନାହି
What's Your Reaction?






