ସୌର ଶକ୍ତି ସମ୍ପର୍କିତ କର୍ମଶାଳା

କଳାହାଣ୍ଡି: ଲୋକ୍ ଆବାଜ୍.ଇନ୍( ବ୍ୟୁରୋ)
ଆଜି ମ.ରାମପୁର(ବୁରାଟ) ଗ୍ରାମ ସ୍ଥିତ ସେବା ଜଗତ ତାଲିମ କେନ୍ଦ୍ର ଠାରେ କଳାହାଣ୍ଡି ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ଓ ସେଲକୋ ଫାଉଣ୍ଡେସନ ବାଙ୍ଗାଲୋର ର ମିଳିତ ଉଦ୍ୟମରେ ସୌର ଶକ୍ତି ମାଧ୍ୟମରେ ଜୀବନ ଜୀବିକା ର ସୃଦୁଢୀ କରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ମ.ରାମପୁର ବ୍ଲକ ପ୍ରୋଗ୍ରାମ ଅଫିସର ଓ. ଏଲ .ଏମ ପୃଥ୍ୱୀରାଜ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଦିବ୍ୟ ରଞ୍ଜନ ଲେଙ୍କା, ପଶୁ ସମ୍ପଦ ଅଧିକାରୀ,ସେଲକୋ ଫାଉଣ୍ଡେସନ ର ସୁଶ୍ରୀ ସ୍ଵାଗତିକ ନାୟକ, ଜିଲ୍ଲା ସଂଯୋଜିକା ଓ ଉଦୟ ମାଝୀ,ସେବା ଜଗତ ର ସମ୍ପାଦକ ସତ୍ୟନାରାୟ ପଟ୍ଟନାୟକ ଉପସ୍ଥିତ ରହି ସୌର ଶକ୍ତି ର ବ୍ୟବହାର ,ଆବଶ୍ୟକତା ଓ ଉପଲବ୍ଧତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଏଥିରେ ମ.ରାମପୁର ବଣିକ ସଂଘ ର କର୍ମକର୍ତା ,ନର୍ଲା ,କରଲାମୁଣ୍ଡା ବ୍ଲକ ର ବିଭିନ୍ନ ଅଂଚଳରୁ ୬୦ ରୁ ଉର୍ଦ୍ଧ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ ।କାର୍ଯ୍ୟକ୍ରମ କୁ ସେବା ଜଗତ ର ପ୍ରକଳ୍ପ ସଂଯୋଜକ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ ।
What's Your Reaction?






