ସ୍ଵର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଲେ ଶୁଭଶ୍ରୀ ପାତ୍ର

Mar 22, 2025 - 11:15
 0  32
ସ୍ଵର୍ଣ୍ଣ ପଦକ ହାସଲ କରି ଗୌରବ ଆଣିଲେ ଶୁଭଶ୍ରୀ ପାତ୍ର

ସୁବର୍ଣ୍ଣପୁର:ଲୋକ ଆବାଜ. ଇନ( ମନୋରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ)

ସୋନପୁର ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସଂସ୍କୃତ ବିଭାଗର ପୂର୍ବତନ ଛାତ୍ରୀ ତଥା ବଉଦ ଜିଲ୍ଲା କଣ୍ଟାମାଳ ସ୍ଥିତ ମକଡିଆପଦର ଗ୍ରାମର ପ୍ରମୋଦ କୁମାର ପାତ୍ର ଏବଂ ସୁଚିତ୍ରା ପାତ୍ରଙ୍କ ପୂତ୍ରୀ ସୁଶ୍ରୀ ଶୁଭଶ୍ରୀ ପାତ୍ର ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ତିରୁପତିରୁ ସଂସ୍କୃତ ବିଷୟରେ ପାରାସ୍ନାତକ ତଥା ଆଚାର୍ଯ୍ୟ (M.A) କରି ସେଥିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣ ପଦକ ଲାଭ କରିଛନ୍ତି। ସେ ପୂର୍ବରୁ ପ୍ରାଥମିକ ସ୍ତରରୁ ଛାତ୍ରୀ ଜୀବନ ରୁ ମଧ୍ୟ ଜଣେ ମେଧାବୀ ଛାତ୍ରୀ ଭାବେ ପରିଚିତି ଥିଲେ । ଏବଂ ସମ୍ବଲପୁର ବିଶ୍ଵବିଦ୍ୟାଳୟ ରେ ମଧ୍ୟ ଯୁକ୍ତ ତିନି ରେ ସଂସ୍କୃତ ରେ ଟପ୍ ଟେନ୍ ରେଙ୍କ୍ ରେ ରହିଥିଲେ। ବର୍ତମାନ ସେ ଦିଲ୍ଲୀରେ ବି.ଏଡ କରୁଛନ୍ତି। ସେ ଏହାର ସମସ୍ତ ଶ୍ରେୟ ତାଙ୍କ ବାପା ମା ତଥା ପରିବାର ବର୍ଗ ଓ ଗୁରୁ ମାନଙ୍କୁ ଙ୍କୁ ଦେଇଛନ୍ତି । ଭବିଷ୍ୟତ ରେ ସେ ଜଣେ ଭଲ ଶିକ୍ଷୟତ୍ରୀ ହେବା ପାଇଁ ଆଶା ରଖିଛନ୍ତି। ଏ ଖବର ପରେ ସୋନପୁର କଲେଜ, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରୁ ମେଧାବୀ ଶୁଭଶ୍ରୀ ଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି l

What's Your Reaction?

like

dislike

love

funny

angry

sad

wow