ସ୍ୱର୍ଗୀୟ ଅଶୋକ ହୋତା ଙ୍କ ଦ୍ଵାଦଶାହ କାର୍ଯ୍ଯ ରେ ଶ୍ରଦ୍ଧାଞ୍ଜଳୀ ସଭା*- *ଯୋଗ ଦେଲେ ପ୍ରମୁଖ ସ୍ବେଛାସେବୀ ସଂଗଠନ*-

ସୋନପୁର: ଲୋକ୍ ଆବାଜ୍.ଇନ୍(ମନୋରଞ୍ଜନ ତ୍ରିପାଠୀ)
ସୋନପୁର ର ଅବସରପ୍ରାପ୍ତ ପୋଲିସ୍ ମୁଖ୍ୟ ହାବିଲଦାର ତଥା ସ୍ୱଚ୍ଛ ଭାରତ ସଂଗଠନ ର ଉପଦେଷ୍ଟା ଅଶୋକ ହୋତା ଙ୍କ ଦ୍ଵାଦଶାହ କାର୍ଯ୍ଯ ଉଦ୍ଦେଶ୍ୟରେ ବି ଏମ୍ ପୁର୍ ଚମ୍ପାମlଳ ଶିବ ମନ୍ଦିର ରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଟିତ ହୋଇ ଯାଇଛି l ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ସ୍ବଚ୍ଛ ଭାରତ ସୋନପୁର ମନମୁଣ୍ଡା ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ୱର୍ଗୀୟ ହୋତା ଙ୍କ ଫଟୋ ଚିତ୍ର ରେ ଧୂପ ଦୀପ ପ୍ରଜ୍ବଳନ କରି ଶ୍ରୀ ହୋତା ଙ୍କ ଅମର ଆତ୍ମା ର ଶାନ୍ତି ସଦ୍ଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ବରିଷ୍ଠ ନାଗରିକ ତଥା ଚାଷୀ ନେତା ବୈକୁଣ୍ଠ ଶତପଥି, ରକ୍ତ ଦାତା ସଂଘ ସଭାପତି ତଥା ପୋଲିସ କନଷ୍ଟେବଳ ମନୋଜ୍ ପଣ୍ଡା, ବିଶିଷ୍ଟ ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ଲଡୁ କିଶୋର ମଲ୍ଲିକ, ରବିନ୍ଦ୍ର ଜେନା, ବରିଷ୍ଟ ସାମ୍ୱାଦିକ କିଶୋର ହୋତା, ଆଶୁତୋଷ ପୁଝାରୀ, ସ୍ବଚ୍ଛ ଭାରତ ର ଉପଦେଷ୍ଟା ଗଣେଶ ମିଶ୍ର, ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗୀୟ ହୋତା ଙ୍କ ସ୍ମୃତି ଚାରଣ କରିଥିଲେ l ସ୍ବଚ୍ଛ ଭାରତ ସଙ୍ଗଠନ, ପତଞ୍ଜଲୀ ଯୋଗ ସମିତି, ପୋଲିସ ସଂଗଠନ, ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତା ଯୋଗ ଦେଇ ଶ୍ରୀ ହୋତା ଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ l ଏକଦା ଜିଲ୍ଲା ପୋଲିସ୍ ର ଜଣେ ନିର୍ଭୀକ ଦକ୍ଷ କର୍ମଚାରୀ , ପୋଲିସ୍ ଟ୍ରେନର ତଥା ସ୍ଵଚ୍ଛତା ପରିବେଶ ସହିତ ଜଡ଼ିତ ଥିବା ଜଣେ ସ୍ବେଛାସେବୀ ଙ୍କୁ ଓ ଭଲ ମଣିଷ ଙ୍କୁ ଏ ଚମ୍ପମାଳ ଗ୍ରାମ ଓ ସୋନପୁର ହରାଇଲା ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ରଖିଥିଲେ l ସ୍ବଚ୍ଛ ଭାରତ ର କୋଡ଼ି ନେଟର ତଥା ଓଡ଼ିଶା ସାମ୍ୱାଦିକ ସଂଘ ସଭାପତି ମନୋରଂଜନ ତ୍ରୀପାଠୀ ସଭା ସଂଯୋଜନା କରିଥିବା ବେଳେ ଡ଼ା ସରୋଜ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ l
What's Your Reaction?






